କଂଗ୍ରେସ ଦଳ ପକ୍ଷରୁ ପଦଯାତ୍ରା ଆରମ୍ଭ

0
61
କଂଗ୍ରେସ ଦଳ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୯/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ କଂଗ୍ରେସ ଦଳ ତରଫରୁ ବୁଡ଼ାଗୁଡା ଗ୍ରାମ ଠାରୁ ପଦ ଯାତ୍ରା ଆରମ୍ଭ ହୋଇଯାଇଛି ।WhatsApp Image 2023-09-29 at 10.00.37 (1)

ଏଥିରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ଯାଏଁ ବିଜେଡ଼ି ଦଳର ୨୫ ବର୍ଷ ଶାସନ କାଳ ରେ ହୋଇଥିବା ଦୁର୍ନୀତି ପ୍ରତିବାଦରେ ଘରେ ଘରେ କଂଗ୍ରେସ ହାତ ଚିହ୍ନର ନାରା ଦେଇ ସାରା ଓଡ଼ିଶାରେ ପଦଯାତ୍ରା ହେଉଥିବା ବେଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ ଦଳ ପକ୍ଷରୁ ବୁଡ଼ାଗୁଡ଼ା ଗ୍ରାମ ଠାରୁ ଆରମ୍ଭ ହୋଇଛି ।

ଏଥିରେ ବିଷମକଟକ ବିଧାୟକ ଆଶାୟୀ ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ଡମ୍ବୁରୁ ଧର ଉଲାକା ଙ୍କ ପୁଅ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ନୀଳମାଧବ ଉଲାକା ପୂର୍ବତନ ବ୍ଲକ ସଭାପତି କୋଟା ସୁର୍ୟା ରାଓ ବ୍ଳକ କଂଗ୍ରେସ ଦଳର ସଭାପତି ସି ଏଚ ନାଗେଶ୍ୱର ରାଓ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ଜିଲ୍ଲା ପରିଷଦ ପ୍ରାର୍ଥୀ ଅସ୍ପିନୀ ମହାପାତ୍ର ବରିଷ୍ଟ ନେତା ଜାଡି ଏଣ୍ଡୁ, ଚାମିଆ ଲୋରା, ସୁକା କାଡ୍ରାକା ଜିଲ୍ଲା ଯୁବ ସମ୍ପାଦକ ସନ୍ତୋଷ କୁମାର ନାୟକ, ଯୁବ ସଭାପତି କିରଣ ରତ୍ନାଲୁ ଓ କଂଗ୍ରେସ ଦଳୀୟ ନେତାକର୍ମୀ ସମେତ କଂଗ୍ରେସ ର ସମର୍ଥକ ମାନେ ଉପସ୍ଥିତ ରହି ସହଯୋଗ କରୁଥିବା ଦେଖିବାକୁ ମିଳିଛି ।