ପୂଜାରୀଗୁଡା କ୍ଳଷ୍ଠର ସ୍ତରୀୟ ଶିଶୁ ‘ସୁରଭି’ ମହୋତ୍ସବ

0
49
ପୂଜାରୀଗୁଡା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପୂଜାରୀଗୁଡା କ୍ଳଷ୍ଠର ସ୍ତରୀୟ ଶିଶୁ ‘ସୁରଭି’ ମହୋତ୍ସବ ଓ ମିଲେଟସ୍ କାର୍ଯ୍ୟକ୍ରମ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ଶିଶୁ ଅନ୍ତର୍ନିହିତ ପ୍ରତିଭା ଓ କଳା ବିକଶିତ ଦିଗରେ ସରକାଙ୍କ ‘ସୁରଭି’ କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ସୁନ୍ଦର ବାତାବରଣ ସୃଷ୍ଟି କରିଛି । ପୂଜାରୀଗୁଡା ପଞ୍ଚାୟତ ସମସ୍ତ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରତିଭାଶାଳୀ ଶିକ୍ଷାର୍ଥୀଙ୍କୁ ନେଇ ବିତର୍କ,କୁଇଜ୍, ବକୃତା, ରଚନା, ଚିତ୍ରକଳା ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ହୋଇଥିଲା । ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀଦିନବନ୍ଧୁ ହୁଇକାଙ୍କ ସହ ଶରତ ପରିଚ୍ଛା,କମଳଈନ୍ଦ ଜଇନ୍, ନାମ ୱାଡାକା, ମଞ୍ଜୁଳା ସେମିଳି, ଉତ୍ତମ ପାତ୍ର, ଅଭିମନ୍ୟୁ କନ୍ଧପାଣୀ, ସରୋଜ ପାଢୀ, ପୁରନ୍ଦର ମାର୍ଥା ଅନେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଉତ୍ତମ ଆୟୋଜନ ହୋଇଥିଲା ।

ମୁଖ୍ୟଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପବିତ୍ର ନାୟକ ଶିଶୁ ପ୍ରତିଯୋଗୀତା ବିଜେତା ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଶିକ୍ଷକ ଅନିଲ କୁମାର ଜେନା ଓ ନରହରି ନାୟକ ଶିଶୁ ମହୋତ୍ସବର କଳା ପ୍ରଦର୍ଶନୀକୁ ୟୁଟ୍ୟୁବରେ ଦୂରଦର୍ଶନ ପ୍ରସାର କରିବା ସହଯୋଗ କରିଥିଲେ । ସୂଚନା ଅନୁଯାୟୀ ଏହି ପରି ବ୍ଳକର ଶିକରପାଇ, ସେରିଗୁମା,ବୁଡ଼ାଗୁଡା,ଶିରିପୁର,ଧାମୁଣିପଙ୍ଗା,ପଲମା, ଜଗନ୍ନାଥ ପୁର ସମେତ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟ ମାନକରେ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।