ଶୌଚ ପାଇଁ ଯାଉଥିଲେ, ୨ଜଣଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି

0
63
ଶୌଚ ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୪/୧୦) : ଶୌଚପାଇଁ ଯିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

ଆଜି ସକାଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡିଛକ ଠାରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ମୃତକ ଦ୍ୱୟ ହେଲେ ପାରୁଆଭାଡିର ମୁକ୍ତେଶ୍ଵର ପ୍ରଧାନ (୨୮) ଓ ଅନ୍ୟ ଜଣେ ହେଲେ ପଣ୍ଡରିକଟାର ଦଧି ଦର୍କା (୬୦) ବୋଲି ଜଣାପଡ଼ିଛି । ଆଜି ସକାଳେ ମୁକ୍ତେଶ୍ଵର ଓ ଦଧି ଶୌଚ ହେବା ପାଇଁ ଚାଲି ଚାଲି ଯାଉଥିଲା । ଏହି ସମୟରେ ପାରୁଆଭାଡିଛକ ଠାରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ୨୪ ନମ୍ବର ରାଜ୍ୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ କୁଚିଣ୍ଡା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।