ବିନିକା ଓ ଉଲୁଣ୍ଡା ଆମ ବସ ଷ୍ଟାଣ୍ଡ ଚଳଚଞ୍ଚଳ

0
46
ବିନିକା ଓ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୧୦) : ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ଅଗଷ୍ଟ ୨୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଓ ଉଲୁଣ୍ଡା ରେ ଆମ ବସଷ୍ଟାଣ୍ଡ ଉଦଘାଟିତ ହୋଇଥିଲା lWhatsApp Image 2023-10-04 at 13.03.33

ଏହି ଦୁଇ ବସ ଷ୍ଟାଣ୍ଡରୁ ଗତକାଲି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସମସ୍ତ ସରକାରୀ ଓ ବେସରକାରୀ ବସ ଚଳାଚଳ ଆରମ୍ଭ କରିଛି l ଦିନ ତମାମ ପୁଲିସ ବିଭାଗ, ଓଡିଶା ପରିବହନ ବିଭାଗ ର ଜିଲ୍ଲା ପରିଚାଳକ ଓ ସହକାରୀ ପରିଚାଳକ ଉପସ୍ଥିତ ରହି ଶୃଙ୍ଖଳିତ ଭାବରେ ସମସ୍ତ ବସ ଯେପରି ଷ୍ଟାଣ୍ଡ ଭିତରେ ପ୍ରବେଶ ଓ ପ୍ରସ୍ତାନ କରିବ ଏବଂ ସାଧାରଣ ଯାତ୍ରୀ ଆରାମରେ ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ, ଏ ନେଇ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ଓ ମୋଟର ଯାନ ନିରୀକ୍ଷକ ଶ୍ରୀ ବିଶ୍ୱ ରଞ୍ଜନ ସାହୁ ଦିନ ତମାମ ସେଠାରେ ଉପସ୍ଥିତ ରହି ଉଭୟ ବସଷ୍ଟାଣ୍ଡ ର ଯାତ୍ରୀ ମାନଙ୍କର ଭଲମନ୍ଦ ବୁଝିଥିଲେ l

ସ୍ଵଂୟ ସହାୟକ ଗୋଷ୍ଠୀ ବିନିକା ଓ ଉଲୁଣ୍ଡା ତରଫରୁ ପ୍ରତ୍ୟେକ ବସଷ୍ଟାଣ୍ଡ ପାଇଁ 6 ଜଣ ଲେଖାଏଁ ସିକ୍ୟୁରିଟି ଗାର୍ଡ ଓ ୨ ଜଣ ଲେଖାଏଁ ସୁଇପର ଯୋଗାଇ ଦିଆଯାଇଛି l ସ୍ଵଂୟ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି l ଦୀର୍ଘ ଦିନରୁ ବନ୍ଦ ହୋଇ ରହିଥିବା ବସଷ୍ଟାଣ୍ଡ ଚାଲୁହେବା ଫଳରେ ସାଧାରଣ ଜନତା ଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି l