ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର-ସୁରକ୍ଷାକର୍ମୀ ପିଟାପିଟି; ୨ ଆହତ

0
49
ବୁର୍ଲା ଭୀମସାରରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୫/୧୦) : ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପିଟାପିଟି ହୋଇଛି । ଏଥିରେ ଜଣେ ପିଜି ଛାତ୍ର ଆହତ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି ।

ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାବୁଝା କରିଛି । ପୁଲିସର ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ସାଢେ ଚାରିଟା ବେଳେ ଏହି ଘଟଣା ଘଟିଛି । କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଜଣେ ସୁରକ୍ଷା କର୍ମୀ ଆହତ ହୋଇଥିଲେ । ଖବର ପାଇ, ସଂପୃକ୍ତ ସୁରକ୍ଷା କର୍ମୀଙ୍କ ସମ୍ପର୍କୀୟ ଯାଇ PG ଛାତ୍ରଙ୍କୁ ମାଡ଼ ମାରିଥିଲ । ଘଟଣା ଜଣାପଡିବା ପରେ ଅନ୍ୟ କିଛି PG ଡାକ୍ତରୀ ଛାତ୍ର ପହଞ୍ଚି ଏହାର ପ୍ରତିବାଦ କରିଥିଲେ । ଉଭୟଙ୍କ ମଧ୍ୟରେ ପିଟାପିଟି ହୋଇଥିଲା । ପରେ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା । ବୁର୍ଲା ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ କହିଛନ୍ତି, ଆମର କିଛି ଡାକ୍ତରୀପିଲାଙ୍କୁ ସିକ୍ୟୁରିଟି ଗାର୍ଡ ଓ ଆଟେଣ୍ଡାଣ୍ଟ ମିଶିକି ପିଟିଥିଲେ । ସିକ୍ୟୁରିଟି ସଂସ୍ଥାକୁ ବାହାର କରାଯାଉ ବୋଲି ପିଲାମାନେ ଦାବି କରିଛନ୍ତି । ଉଭୟପକ୍ଷରୁ ଡାକି ପଚରାଉଚରା କରାଯିବ ।