୫ ଜଣ ପେଶାଦାର ଲୁଟେରାଙ୍କୁ ଗିରଫ

1
50
୫ ଜଣ ପେଶାଦାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୮/୧୦) : ଖଣ୍ଡଗିରି ଥାନା ପୋଲିସ ହାତରେ ଆନ୍ତ ଜିଲ୍ଳା ପେଶାଦାର ଲୁଟେରା ଗ୍ୟାଙ୍ଗ । ଶୁକ୍ରବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଖଣ୍ଡଗିରି ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଗିରଫ ଅଭିଯୁକ୍ତ ହେଲେ ପୁରୀ ଅଞ୍ଚଳର ମୁରଲୀ ବେହେରା, ମାନସ ପ୍ରଧାନ ଗଂଜାମ ଅଞ୍ଚଳର ଶଙ୍କର ଡାକୁଆ, ବରମୁଣ୍ଡା ଅଞ୍ଚଳର ମଣ୍ଟୁ ପାଇକରାଏ ଓ ନୟାଗଡ଼ ଜିଲ୍ଲାର ଆକାଶ ନାୟକ । ସୂଚନା ଅନୁସାରେ, ୫ ଜଣ ଯୁବକ ରାଜଧାନୀ କଲେଜ ନିକଟରେ ମାରଣାସ୍ତ୍ର ସହ ଡକାୟତି ଯୋଜନା କରୁଥିଲେ । ରାତି ଅଧରେ ଏକୁଟିଆ ଯାଉଥିବା ଲୋକଙ୍କୁ ଲୁଟିବା ପାଇଁ ଉଦ୍ୟମ କରିଥିଲେ । ଖବର ପାଇ ତୁରନ୍ତ ସେହି ଜାଗାକୁ ଟିମ ଯାଇଥିଲା । ପୋଲିସକୁ ଦେଖି ସେମାନେ ଖସିଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଅଭିଯୁକ୍ତମାନେ ପୋଲିସ ହାତରୁ ଖସିପାରି ନଥିଲେ । ଅଭିଯୁକ୍ତ ମାନଙ୍କ ନାରେ ବିଭିନ୍ନ ଥାନାରେ ମାଳମାଳ ମାମଲା ରହିଛି । କିଛି ଅଭିଯୁକ୍ତଙ୍କ ନାରେ ୨୩ରୁ ଊର୍ଦ୍ଧ୍ବ ମାମଲା ରହିଛି । ଏମାନଙ୍କ ନିକଟରୁ ଅନେକ ମାରଣାସ୍ତ୍ର, ଲଙ୍କାଗୁଣ୍ଡ, ଦୁଇଟି ବାଇକ ଓ ମୋବାଇଲ ଜବତ ହୋଇଛି ।

1 COMMENT

Comments are closed.