ବିଦ୍ୟୁତ ସଂସ୍ପର୍ଶରେ ମାଆ ଓ ପୁଅଙ୍କ ମୃତ୍ୟୁ, ମେଡ଼ିକାଲ୍‌ରେ ଅଜା

0
60
ବିଦ୍ୟୁତ ସଂସ୍ପର୍ଶରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଂଜାମ, (୨୧/୧୦) : ନୂଆକରି ନିର୍ମାଣ ହେଉଥିବା ଘରେ କାମ କରୁଥିଲେ । ସେହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି ।

ମାଆ ଓ ପୁଅଙ୍କୁ ବଞ୍ଚାଇବାକୁ ଆସି ଅଜା ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସଂ ସଂଘର୍ଷ କରୁଛନ୍ତି । ଏପରି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଙ୍ଘର ଗାଁର ଲକ୍ଷ୍ମୀ ପାହାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରୁଥିଲେ । ଦୁଇ ଦିନ ତଳେ ଉକ୍ତ ଘରର ଛାତ ପଡ଼ିଥିଲା । ଆଜି ମଧ୍ୟାହ୍ନ ସମୟରେ ଲକ୍ଷ୍ମୀଙ୍କ ଶ୍ୱଶୁର ଭାଗୀ ପାହାନ ଛାତରେ ପାଣି ଦେଉଥିଲେ । ଠିକ୍‌ ସେହି ସମୟରେ ଲକ୍ଷ୍ମୀଙ୍କ ପତ୍ନୀ ନିବାସୀ ପାହାନ ଓ ପୁଅ ଜିତୁ ପାହାନ ଏକ ଲୁହା ରଡ୍‌ ଉପରେ ଠିଆ ହୋଇ ଘର କାମ କରୁଥିଲେ ।

କୌଣସି କାରଣରୁ ଘରର ସର୍ଭିସ୍ ତାର(ବିଦ୍ୟୁତ ତାର) ଲୁହା ରଡ୍‌ ସଂସ୍ପର୍ଶରେ ଆସି ଯାଇଥିଲା । ଯେଉଁଥିପାଇଁ ମାଆ ଓ ପୁଅ ବିଦ୍ୟୁତ ସଂସ୍ପର୍ଶ ଆସିଥିଲେ । ଚିତ୍କାର ଶୁଣି ସେମାନଙ୍କୁ ବଞ୍ଚାଇବା ପାଇଁ ଆସିଥିଲେ ଅଜା ଭାଗୀ । ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ସାହିଭାଇ ସମସ୍ତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ୍‌ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ମାଆ ଓ ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଅଜା ଭାଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି ।