ଘର ଘର ହାତ ଘର ଘର କଂଗ୍ରେସ କାଯ୍ୟକ୍ରମ ଅନୁଷ୍ଠିତ

0
52
ଘର ଘର

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୦/୧୦) : ରାଇକିଆ ବ୍ଲକରେ ଘର ଘର ହାତ ଘର ଘର କଂଗ୍ରେସ କାଯ୍ୟକ୍ରମ ଅନୁଷ୍ଠିତ ।

ରାଜ୍ୟରେ ବିଜେଡି ସରକାର ଏବଂ କେନ୍ଦ୍ର ରେ ବିଜେପି ସରକାର ଥିବା ସକାଶେ ଓଡିଶା ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ତତ୍ଵାବଧାନରେ ରାଇକିଆ ବ୍ଲକ କଂଗ୍ରେସ ତରଫରୁ ରାଇକିଆ ବ୍ଲକର ୧୨ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରତି ଘର କୁ ଘର ବୁଲି ବେକାରୀ ସମସ୍ୟା, ବିପଯ୍ୟସ୍ତ ଡାକ୍ତରୀ ବ୍ୟବସ୍ଥା, ବସ୍ତି ବାସିନ୍ଦାଓ ଗରିବ ଲୋକଙ୍କର ବାସହୀନ ର ବ୍ୟବସ୍ତା ନେଇ ସମସ୍ୟା ବୁଝିବା ସହିତ ବିଜେଡି ସରକାର ରବହୁ ବର୍ଷର ମହା ଦୁର୍ନୀତି ର ଚିଠା, ବିଜେପି ର ପ୍ରତିଶୃତି ଓ ପ୍ରତାରଣା, ଏବଂ କଂଗ୍ରେସ ଶାସନ ର ଓଡିଶା ପ୍ରତି ଅବଦାନ କୁ ନେଇ ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଆଜି ରାଇକିଆ ବ୍ଲକ ଠାରେ ବହୁ କଂଗ୍ରେସ କର୍ମୀ ଏକାଠି ହୋଇ ଚୁନପଲି ଛକ ଠାରୁ ଆରମ୍ଭ କରି ବେରେଡାକିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ରେ ବାହାରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ରାଇକିଆ ବ୍ଲକ କଂଗ୍ରେସ କମିଟି ସଭାପତି କ୍ରିଷ୍ଣା ପ୍ରିୟା ପ୍ରଧାନ, ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ବିସ୍ମୟ ମହାପାତ୍ର, କଂଗ୍ରେସ ନେତା ପଞ୍ଚାନନ ଦିଗାଲ, ଜିଲ୍ଲା ପରିଷଦ ସତ୍ୟବାନ୍ ପାତ୍ର, ଜିଲ୍ଲା ସଭାପତି ଅନାମ ନାୟକ, ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା, କଂଗ୍ରେସ ଯୁବ ନେତା ଅଭିଷେକ ଦଳବେହେରା, ମନୋଜ ଦିଗାଲ, ଜିଲ୍ଲା କଂଗ୍ରେସ st cell ସଭାପତି ବିରେନ୍ଦ୍ର ପ୍ରଧାନ, ଯଜ୍ଞସେନ୍ ପାତ୍ର, ବିଜୟ ସାହୁ, ଭାସ୍କର ପ୍ରଧାନଙ୍କ ସହିତ ଶହ ଶହ କଂଗ୍ରେସ କର୍ମୀ କାଯ୍ୟକ୍ରମରେ ସାମିଲ ଥିଲେ ।