ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି ମାଲିକେଶ୍ୱର ଶିବ ମନ୍ଦିର

0
87
ଅର୍ଦ୍ଧନିର୍ମିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୦/୧୦) : ରାୟଗଡା ସହର ଜଗନ୍ନାଥ ମନ୍ଦିର ନିକଟରେ ଥିବା ପୁରାତନ ମାଲିକେଶ୍ୱର ଶିବ ମନ୍ଦିର ଦୀର୍ଘ ବର୍ଷ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି । ଭଗବାନ ମାଲିକେଶ୍ୱରଙ୍କ ଶିବ ମନ୍ଦିରWhatsApp Image 2023-10-10 at 10.00.29

ପୁରୁଣା ମନ୍ଦିର ଭାଙ୍ଗି ନୁତତ ମନ୍ଦିର କରିବା ନିମନ୍ତେ ଜରସର ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ, ଅର୍ଥର ଅଭାବ ଯୋଗୁଁ ହଠାତ୍ ଅଟକି ଯାଇଥିଲା ନିର୍ମାଣ କାର୍ଯ୍ୟ । ଆଜକୁ ୨/୩ ବର୍ଷଧରି କାର୍ଯ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳୁଛି । ନିକଟରେ ମୁଖ୍ୟମନ୍ତ୍ରୀ ଙ୍କ 5T ସଚିବ ଭିକେ ପାଣ୍ଡିୟନ୍ ଙ୍କ ରାୟଗଡା ଗସ୍ତ ବେଳେ ମନ୍ଦିର, ମସଜିଦ, ଚର୍ଚ୍ଚ ପାଇଁ ଆର୍ଥିକ ଅନୁଦାନ ମିଳିଥିଲା । ଏପରିକି ରାୟଗଡା ସହରରେ ଥିବା ଆଉ ଏକ ପୁରାତନ ଶିବ ମନ୍ଦିର ବାଲୁଙ୍କେଶ୍ୱର ମନ୍ଦିର ମୁଖ୍ୟ ପୂଜକ ଓ କମିଟି ସଦସ୍ୟ 5T ସଚିବଙ୍କୁ ସାକ୍ଷାତ୍ କରି ମନ୍ଦିର ଉନ୍ନତି ନିମନ୍ତେ ଅଭିଯୋଗ ପତ୍ର ଦେଇଥିଲେ । ଯାହାଦ୍ବାରା ମନ୍ଦିର ଉନ୍ନତି ନିମନ୍ତେ 20ଲକ୍ଷ ଟଙ୍କା ଅନୁଦାନ ପ୍ରାପ୍ତ ହୋଇଛି ।

କିନ୍ତୁ, ମାଲିକେଶ୍ୱର ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ 5T ସଚିବ ଭୀକେ ପାଣ୍ଡିୟନ୍ ଙ୍କୁ ସାକ୍ଷାତ କରି ନ ଥିବା ଓ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଅନୁଦାନ ନିମନ୍ତେ ଅଭିଯୋଗ ପତ୍ର ଦେଇ ନ ଥିବା ଜଣାପଡ଼ିଛି । ମାଳିକେଶ୍ୱର ମନ୍ଦିର ପରିଚାଳନା କମିଟି ଏବଂ ଦେବାତ୍ତର ବିଭାଗର ଇଛାଶକ୍ତିର ଅଭାବ ହେତୁ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନି ବୋଲି ମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁ ମତ ଦେଇଛନ୍ତି । ଅପର ପକ୍ଷେ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନଙ୍କ ମଧ୍ୟରେ ନିର୍ମାଣ କାର୍ଯ୍ୟ ତଦାରଖ କରିବା, ଆର୍ଥିକ ଅନୁଦାନ ସଂଗ୍ରହ କରିବା ଓ ପରସ୍ପର ମଧ୍ୟରେ ମିଳିମିଶି ମନ୍ଦିର ବିଷୟକୁ ନେଇ ଚର୍ଚ୍ଚା କିମ୍ଵା ଗୁରୁତ୍ଵ ପୂର୍ଣ୍ଣ ବୈଠକ ବସିବା ଓ ଆଲୋଚନା ହେଉ ନ ଥିବା କାରଣରୁ ମନ୍ଦିର କାର୍ଯ୍ୟ ଧିମେଇ ଯାଉଛି ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ଏପରିକି କିଛି ବ୍ୟକ୍ତି ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଆଗେଇ ଆସୁଥିବା ବେଳେ ଅନ୍ୟ କିଛି ସଦସ୍ୟ ମାନେ ଅମଙ୍ଗ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ମନ୍ଦିର ପୂଜକ ଶିବ ପ୍ରସାଦ ମାଳି ଙ୍କୁ ଏ ନେଇ ପଚାରି ବୁଝିବାରୁ ପରିଚାଳନା କମିଟି ସଦସ୍ୟ ମାନେ ଆଗେଇ ଆସିଲେ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇ ପାରିବ ବୋଲି କହିଛନ୍ତି । ଅନ୍ୟପଟେ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନଙ୍କ ମତ ନେବା ପାଇଁ ଫୋନ କୋଲ୍ କରିବାରୁ କାହା ଠାରୁ କିଛି ଭି ସନ୍ତଶ ଜନକ ପ୍ରତିକ୍ରିୟା ମିଳି ନ ଥିଲା ବେଳେ ଅନ୍ୟ କିଛି ସଦସ୍ୟ କୋଲ୍ ହିଁ ରିସିଭ କରି ନାହାନ୍ତି ।