ମାମାର୍କମା ମନ୍ଦିର ଠାରୁ ନେତାଜୀ ଛକ ପର୍ଯ୍ୟନ୍ତ ବିଜେଡିର ପଦଯାତ୍ରା ଅନୁଷ୍ଠିତ

0
77
ମାମାର୍କମା ମନ୍ଦିର

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୧/୧୦) : ଆଜି ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ ବିଜେଡି ର ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା ଶୁଭାରମ୍ଭ କରିଥିଲେ । ବିଜେଡି ଜିଲ୍ଲା ସଭାପତି ଶ୍ରଯୁକ୍ତ ସୁଧୀର କୁମାର ଦାସ ଙ୍କ ନେତୃତ୍ୱ ରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଗୋପାଳ କୃଷ୍ଣ ପଟ୍ଟନାୟକ, ଦେବୀ ପ୍ରସାଦ ପଟ୍ଟନାୟକ, ଗଙ୍ଗା ରାଜୁ ହୀକକା, ବୃଦବନ ପାଢୀ, ନାନୁପଣ୍ଡା, ପୂଥିରାଜୁ ସାହୁ, ଜୋତି ସାହୁ, ସୁଜାତା କାଡ୍ରାକା, ମୁନିଗୁଡାର ପୂଣ୍ନ ଚନ୍ଦ୍ର ଗୌଡ, ରତ୍ନ ଲାଲ ଜୌନ, ବାବୁ ଜେନା, ପଦ୍ମ ଲୋଚନ ବିଭାର, ଗୌରୀ ପିଡି କାକା, ଅନିତା ପୀଡି କାକା, ବିରସୀଙ୍ଗ କୁମ୍ଵୃକା, ଡମ୍ବରୁ ଚୋଧୁରୀ, ଶ୍ରୀଧର ପିଡ କାକା, ଶିବ ଦେଶାଇ , ବାଲ୍ ମୁକୁନ୍ଦ ପାଳ, ଅଶ୍ଵିନୀ ସେଠୀ ସମସ୍ତ ଉପସ୍ଥିତ ରହି ନିର୍ଦଳୀୟ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ତଥା ଜିଲ୍ଲା ପରିଷଦ ଅଧକ୍ଷା ସରସ୍ପତି ମାଝି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

ବିଜେଡି ସରକାର ଲୋକଙ୍କ ପାଇଁ ଦୀର୍ଘ ବର୍ଷ ର ଶାସନ କାଳ ମଧ୍ୟରେ କରିଥିବା ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ଜଣେଇବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏଥି ସହ ଦଳ ଆଗାମୀ ନିର୍ବାଚନ ପାଇଁ ତାର ପ୍ରଚାର ଆରମ୍ଭ କରିଥିବା ମଧ୍ୟ କୁହାଯାଉଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ମାର୍କମା ମନ୍ଦିର ରୁ ଆରମ୍ଭ ହୋଇଥିବା ବେଳେ ହଜାର ହଜାର ସଂଖ୍ଯାରେ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।