ବାଲି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

1
91
ବାଲି ଯାତ୍ରାରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂପୁର, (୧୨/୧୦) : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଗ୍ରାମର ଭୈରବୀ ମନ୍ଦୀର ଠାରେ ବାଲି ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-12 at 06.36.11

ବାଲି ଯାତ୍ରା ପାଇଁ ୩ଟି ବ୍ଳକ ଯଥା କାଶୀପୁର, କଲନରା ଓ କଲ୍ୟାଣସିଂହପୁର ବ୍ଲକ ର ଶ୍ରଦ୍ଧାଲୁ ମାନେ ଭିଡ଼ କମିଥିବା ଦେଖିବା କୁ ମିଳିଛି । ମା’ ଭୈରବୀ ଙ୍କ ପୂଜା କମିଟି ସିକରପାଇ ପକ୍ଷରୁ ଆୟୋଜିତ ବାଲିଯାତ୍ରା ନିଆଁ ବା ଝାମି ମାଡି କଣ୍ଟା ଦୋଳିରେ ଝୁଲି ଯାତ୍ରା ଉଦଯାପନ ହୋଇଯାଇଥିବା ଦେଖିବାକୁ ମିଳିଛି । ପୂର୍ବ ପୁରୁଷରୁ ରାଜା ମହାରାଜା ଅମଳରୁ ଏହି ବାଲିଯାତ୍ରା ହେଉଥିବା ବେଳେ ଏହି ବାଲିଯାତ୍ରାରେ ଲୋକଙ୍କ ମାନସିକ ପୂର୍ଣ୍ଣ ହୁଏ ବୋଲି ବିଭିନ୍ନ ଅଞ୍ଚଳରୁ ଲୋକମାନେ ଛେଲି, କୁକୁଡ଼ା, ପାରା, ପୂଜାର୍ଚ୍ଚନା କରିବା ସହ ଯାତ୍ରା ଆସି ମାନସିକ ମଧ୍ୟ କରି ନିଜ ନିଜ ମନସ୍କାମନା କରୁଥିବା ଏକ ପ୍ରକାର ବିଶ୍ବାସ ରହିଛି ଯାହା ଫଳରେ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

1 COMMENT

Comments are closed.