ଛାତ୍ରୀକୁ ଅସଦାଚରଣ କରି ଗିରଫ ହେଲେ କମ୍ପ୍ୟୁଟର ଶିକ୍ଷକ

1
66
ଛାତ୍ରୀକୁ ଅସଦାଚରଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୧୪/୧୦) : ଛାତ୍ରୀକୁ ଅସଦାଚରଣ କରି ଗିରଫ ହୋଇ ଜେଲ କୁ ଗଲେ କମ୍ପ୍ୟୁଟର ଶିକ୍ଷକ ।

ଗତକାଲି କରଞ୍ଜିଆ ସ୍ଥିତ କଳିଙ୍ଗ ବିକାଶ କମ୍ପ୍ୟୁଟର ସେଣ୍ଟରର ଶିକ୍ଷକ ତଥା ମାଲିକ ନିଯୁକ୍ତ ସ୍ୱାଇଁ ଜୈନେକ ଛାତ୍ରୀକୁ ଅସାଦଚରଣ କରିଥିବା ନିଜେ ପୀଡିତା ଛାତ୍ରୀ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ । ଛାତ୍ରୀର ଅଭିଯୋଗକୁ ଭିତ୍ତି କରି ଥାନା ଆଇ ଆଇ ସି ସୂଚନ୍ଦ୍ର ମହାଳିକ କେସ ନମ୍ବର ୩୦୨/୨୩ ଦଫା ୩୫୪ /୩୬୪ଏ/୫୦୬/୫୦୯/ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ନିଯୁକ୍ତ ସ୍ୱାଇଁଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । କରଞ୍ଜିଆ ଏନ ଏ ସି ଛକ ଠାରେ ଥିବା କୋମ୍ପୁଟର ଟ୍ରେନିଂ ସେଣ୍ଟରରେ ଘଟିଛି ଏମିତି ଘଟଣା ।

1 COMMENT

Comments are closed.