ଆଜି ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ

0
54
ଆଜି ମୁହାଁମୁହିଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୪/୧୦) : ଆଜି ବିଶ୍ବକପରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ୍‌। ପଡ଼ିଆରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ

ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଜୋରଦାର କ୍ରେଜ୍ । ସେପଟେ ମ୍ୟାଚ୍‌ ଜିତିବା ପାଇଁ ରୋହିତ ବାହିନୀର ଜୋସ ବି ହାଇ୍‌ ରହିଛି । ବିଶ୍ବକପ୍‌ର ମହା ମୁକାବିଲାରେ ଭାରତର ପଲା ଭାରି ରହିଛି । ଆଜି ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ପୁରୁଷ ଦିନିକିଆ କ୍ରିକେଟ୍ ବିଶ୍ବକପରେ କେବେ ବି ପାକିସ୍ତାନଠାରୁ ହାରିନାହିଁ ଭାରତ । ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୧୧, ୨୦୧୫ ଓ ୨୦୧୯ରେ ୭ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ । କିନ୍ତୁ ପ୍ରତିଥର ଭାରତ ହିଁ ବିଜୟୀ ହୋଇଛି । ତେଣୁ ଆଜିର ମ୍ୟାଚ୍‌ ବି ଭାରତ ବିଜୟୀ ହେବ ବୋଲି ସମସ୍ତଙ୍କ ମନରେ ଆଶା ।

ଚଳିତ ବିଶ୍ବକପରେ ପାକିସ୍ତାନ ୨ଟି ମ୍ୟାଚ୍‌ ଖେଳି ୨ଟି ଜିତିଥିବା ବେଳେ ଭାରତ ମଧ୍ୟ ତା’ର ଶେଷ ଦୁଇ ମ୍ୟାଚ୍‌ ଜିତିଛି । ଆଜିର ମ୍ୟାଚ୍‌ ଦିନ ୨ଟାରୁ ଆରମ୍ଭ ହେବାକୁ ଥିବା ଥିବା ବେଳେ ୧.୩୦ରେ ଟସ୍‌ ପଡ଼ିବ । ତେବେ ଏହା ପୂର୍ବରୁ ମ୍ୟାଚ୍‌କୁ ଅଧିକ ସ୍ମରଣୀୟ କରିବା ପାଇଁ ବିସିସିଆଇ କରିବ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ମ୍ୟାଚ୍‌ ପୂର୍ବରୁ ୧୨.୩୦ରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ଅରିଜିତ ସିଂହ, ଶଙ୍କର ମହାଦେବନ ଓ ସୁଖବିନ୍ଦର ସିଂହଙ୍କ ଭଳି କଳାକାର । ତେବେ ଆଜିର ମ୍ୟାଚ୍‌ କୁ ପାଣିଚିଆ କରିପାରେ ବର୍ଷା । ମ୍ୟାଚ୍‌ ସମୟରେ ବର୍ଷା ଆଶଙ୍କା ଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଶ୍ବକପର କୌଣସି ବି ଲିଗ୍‌ ମ୍ୟାଚ୍ ପାଇଁ ରିଜର୍ଭ ଡେ ନଥିବାରୁ ବର୍ଷା ହେଲେ ନିରାଶ ହୋଇପାରନ୍ତି ଖେଳପ୍ରେମୀ ।