ପୂର୍ବ ଶତ୍ରୁତା କେନ୍ଦ୍ର କରି ମହିଳାଙ୍କୁ ଭୁଜାଲି ମାଡ଼ !

1
52
ପୂର୍ବ ଶତ୍ରୁତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୦୩/୧୦) : ଦୁର୍ବୁତ୍ତଙ୍କ ଭୁଜାଲି ମାଡ଼ରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଠାକୁରମାପାଟଣାରେ ।

ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ମହିଳା ଜଣଙ୍କ ଘରେ ଶୋଇଥିଲେ । ହଠାତ୍ କିଛି ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ପରିବାର ଲୋକେ ମହିଳାଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ । ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ମହିଳାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ କିଏ ଓ କାହିଁକି ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କଲା ତାର କାରଣ ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତା ପାଇଁ ଭୁଜାଲି ମାଡ଼ ହୋଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।

1 COMMENT

Comments are closed.