ଶୌଚାଳୟରେ ପଡିଛି ତାଲା, ବାହାରେ ଶୌଚ କରୁଛନ୍ତି ଛାତ୍ରଛାତ୍ରୀ

0
97
ଶୌଚାଳୟରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୮/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ପଞ୍ଚାୟତର ପାଟବନ୍ଧ ଗାଁ’ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।WhatsApp Image 2023-10-18 at 11.02.29

ବିଦ୍ୟାଳୟରେ ଶୌଚାଳୟ ଅଛି ତାଲା ପଡିଛି । କାହା ପାଇଁ ଶୌଚାଳୟ ତିଆରି ହୋଇଛି ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି । ସରକାରଙ୍କ ତରଫରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଶୌଚ କରିବା ପାଇଁ ତିଆରି କରାଯାଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦୀପାଲି ମଲିକ ଶୌଚାଳୟରେ ତାଲା ପକାଇଛନ୍ତି । ଏ ସମ୍ପର୍କରେ ବି ଇ ଓ ଆଲୋକ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୁଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦୀପାଲି ଙ୍କୁ କହିଛି । ବିଦ୍ୟାଳୟର ଶୌଚାଳୟ ସବୁବେଳେ ଖୋଲା ରଖିବ ଶୌଚାଳୟରେ ହିଁ ଛାତ୍ରଛାତ୍ରୀ ଶୌଚ କରିବେ ବୋଲି କହୁଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କ ଉପର ଅଧିକାରୀଙ୍କ କଥାକୁ ମଧ୍ୟ ଅମାନ୍ୟ କରି ଶୌଚାଳୟର ତାଲା ଖଲୁ ନ ଥିବା ଜଣା ପଡିଛି ।

ବିଦ୍ୟାଳୟରେ ଶୌଚାଳୟ ଥାଇ ମଧ୍ୟ ଅ ବ୍ୟବସ୍ଥା କାହିଁକି ବୋଲି ପ୍ରଶ୍ନ ବାଛି ସୃଷ୍ଟି ହେଉଛି । ଏହା ଏକ ଛିନ୍ତନିୟ ବିଷୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏହି ବ୍ୟବହାର ଦାୟିତ୍ୱ ହିନ ବୋଲି କୁହାଯାଏ । ଯଦି ନିଜର ପିଲାମାନେ ଏହିପରି ବାହାରେ ଶୌଚ କରୁଥାନ୍ତେ ତେବେ ନିଜେ ଚୁପଚାପ ରହିଥାନ୍ତେ କି ବୋଲି ସାଧାରଣ ରେ ପ୍ରଶ୍ନ ହେଉଛି । ଶୌଚାଳୟ ଥାଇ ତାଲା ପକାଇ ଛାତ୍ରଛାତ୍ରୀ ଙ୍କୁ ବାହାରେ ଶୌଚ କରାଉଥିବା ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅବିଭାବକ ମୋହଲରେ ଦାବୀ ହେଉଛି ।