ଭିଜିଲାନ୍ସ ଜାଲରେ ଜେଇ, ୯ଟି ସ୍ଥାନରେ ଚଢାଉ

0
45
ଭିଜିଲାନ୍ସ ଜାଲରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୮/୧୦) : ଭିଜିଲାନ୍ସ ଜାଲରେ ପାଳଲହଡ଼ା ବିଇଓ ଅଫିସର ଜେଇ । ଅନୁଗୁଳ ପାଲଲହଡ଼ାରେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ଚାଲିଛି ରେଡ୍ ।

ସୁନ୍ଦରପଦା ଏବାରଙ୍ଗରେ ପ୍ଲଟ ନମ୍ବର ୩୬୬ ଓ ୩୬୭ ରେ ଛାପା । ସୁନ୍ଦରପଦା ପ୍ରେଣ୍ଡସ୍ କ୍ଲବ ନିକଟରେ ଥିବା ୩ ମହଲା ଘରେ ଛାପା । ହାଇଟେକ ପ୍ଲାଜା ଆପାର୍ଟ ମେଣ୍ଟରେ ଥିବା ଫ୍ଲାଟନମ୍ବର B/4 ରେ ରେଡ୍ । ପାଲଲହଡ଼ା ଉଦୟ ବିହାରରେ ଥିବା ଭଡାଘରେ ଚଢାଉ । ନିମାପଡାରେ ଥିବା ଆଉ ଏକ ତିନି ମହଲା ଘରେ ବି ଛାପା । ବ୍ୟବାସାୟିକ ପାର୍ଟନର ଓ ସମ୍ପର୍କୀୟଙ୍କ ଘରେ ବି ମାରାଥନ ରେଡ୍ କରୁଛି ଭିଜିଲାନ୍ସ । ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ । ରେଡ୍‌ରେ ସାମିଲ ଅଛନ୍ତି ୬ ଡ଼ିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ୨୨ ଜଣ ଷ୍ଟାଫ ।