ଭିଣୋଇକୁ ହତ୍ୟା କଲା ଶଳା

0
49
ଭିଣୋଇକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୮/୧୦) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଞ୍ଚାୟତ ମାଳପଡା ଗାଁ’ରେ ବିଳମ୍ବିତ ରାତି ଏକ ଅଘଟଣ ଘଟିଛି ।

ମାଛ ମାରିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଭାଲୁମୁଣ୍ଡା ଗାଁ’ର ବଂଶୀ ଠେଲା । ବଂଶୀ ଠେଲା ଦୀର୍ଘ ବର୍ଷ ହେବ ସେ ତାଙ୍କ ଶଶୁର ଘର ମାଳପଡ଼ାରେ ରହୁଥିଲେ । ତେବେ ଗତ କାଲି ରାତିରେ ତାଙ୍କ ଶଳା ମାଛ ମାରିବାକୁ କହି ଗାଁ ପୋଖରୀକୁ ନେଇ ଯାଇଥିଲେ । ପରେ ଶଳା ମାନେ ଘରକୁ ଆସିଥିବା ବେଳେ ଭେଣେଇ ବଂଶୀଙ୍କ ମୃତ ଦେହ ଉଦ୍ଧାର ହେଲା । ଯୋଜନାବଦ୍ଧ ଭାବେ ବଂଶୀଙ୍କୁ ହତ୍ୟା କରିଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି । ବଙ୍ଗୋମୁଣ୍ଡା ପୋଲିସ ଶବ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ।