ଭୁବନେଶ୍ଵରୀ ଓ ସରସ୍ଵତୀ ବେଶରେ ଦର୍ଶନ ଦେଲେ ମାଁ ଚରଦେଇ

0
45
ଭୁବନେଶ୍ଵରୀ ଓ ସରସ୍ଵତୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୧୦) : ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବିନିକା ବ୍ଳକ ଚରଦା କପିଲେଶ୍ବର ପୀଠରେ ଚାଲିଥିବା ନବରାତ୍ର ପୂଜାର ଆଜି ଷଷ୍ଠ ଦିନ ଅପରାହ୍ନରେ ମାଁ ଚରଦେଇ ଭୁବନେଶ୍ଵରୀ ବେଶରେ ଓ ସନ୍ଧ୍ୟାରେ ସରସ୍ଵତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ।

ଏହି ଅବସରରେ ଦେବୀଙ୍କୁ ନୂତନ ବସ୍ତ୍ର, ଅଲଙ୍କାର ଓ ଫୁଲରେ ସଜ୍ଜିତ କରାଯାଇଥିଲା । ପରେ ରାତ୍ରରେ ମା ଙ୍କ ପୂଜାର୍ଚ୍ଚନା ସହ ଆଲତି ଦିଆଯାଇଥିଲା । ଏଥିରେ ପୂଜକ ଭାବେ ରମେଶ ପୂରୋହିତ, ମୁକୁନ୍ଦ ପୁରୋହିତ, ସୁରେନ୍ଦ୍ର ଥନାପତି ଓ କର୍ତ୍ତା ଭାବରେ ବଦ୍ରିନାରାୟଣ ଥନାପତି, ପ୍ରଶାନ୍ତ ପୁଝାରୀ ଦାୟିତ୍ୱ ତୁଲାଉଛନ୍ତି । ଟ୍ରଷ୍ଟ ବୋର୍ଡ ସଭାପତି ଅଶୋକ ପୃଷ୍ଟିଙ୍କ ନେତୃତ୍ୱରେ କମିଟୀ ସଦସ୍ୟ ଓ ମନ୍ଦିର ସେବାୟତ ଉପସ୍ଥିତ ରହି ସହଯୋଗ କରିଥିଲେ ।