ସୁବର୍ଣ୍ଣପୁରରେ ସଂସ୍କୃତି ବିଭାଗ ଦ୍ଵାରା ନୁଆଁଖାଇ ଭେଟଘାଟ ଅନୁଷ୍ଠିତ

4
49
ସୁବର୍ଣ୍ଣପୁରରେ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୧୦) : ସୁବର୍ଣ୍ଣପୁର ଜିଲ୍ଲା ସଦରମହକୁମାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ନୂତନ ଟାଉନ ହଲରେ ଅପରାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ ନୁଆଁଖାଇକୁ ସ୍ନେହ ସୌହାର୍ଦ୍ଦ୍ୟ ଓ ଭାଇଚାରା ର ପର୍ବ ବୋଲି ଅଭିହିତ କରିଥିଲେ l ସମ୍ମାନିତ ଅତିଥିଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅଂଜଳିନା ପଧାନ ଏବଂ ପୂର୍ବତନ ସୋନପୁର ବିଧାୟକ ଅଚ୍ୟୁତାନନ୍ଦ ବିଶ୍ଵାଳ ଯୋଗଦେଇ ନୂଆଁଖାଇ ଧାର୍ମିକ ସାମାଜିକ ପାରିବାରିକ ଏକତା ସହିତ କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏକ ସୁନ୍ଦର ଅବସର ବୋଲି ମତବ୍ୟକ୍ତ କରିଥିଲେ l ଭିମଭୋଇ କଳା ପରିଷଦର ର କଳାକାର ମାନେ ଗୁରୁ ଉମେଶ କୁମ୍ଭାର ଙ୍କ ନିର୍ଦ୍ଦେଶନାରେ ସ୍ୱାଗତ ସଙ୍ଗୀତ ଓ ବିଭିନ୍ନ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ l

ମମତା ଫ୍ୟାଶନ ସ୍କୁଲ ର କୁନିକୁନି ପୁଅଝିଅ ଅନୁଷ୍ଠାନର ନିର୍ଦ୍ଦେଶିକା ମମତା ଦାଶ ଙ୍କ ନିର୍ଦ୍ଦେଶନାରେ ସୁନ୍ଦର ରନୱେ ଫ୍ୟାଶନ ଶୋ ରେ ଭାଗ ନେଇଥିଲେ l କୋଶଳ ଆବାସିକ ବିଦ୍ୟାଳୟ ଓ ସାହାରା ଟ୍ରଷ୍ଟ୍ ହାଇସ୍କୁଲ ର ଛାତ୍ରୀମାନେ ମନୋରମ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ l ନିରାକାର ଦେହେରୀ ଙ୍କ ନିର୍ଦ୍ଦେଶନାରେ ମା ମାହେଶ୍ୱରୀ ସାଂସ୍କୃତିକ ସଂସଦ ବିନିକା ପଞ୍ଚରସି ନୃତ୍ୟ ପ୍ରଦର୍ଶନ କରିଥିଲେ l ମା ସାଂସ୍କୃତିକ ଅନୁଷ୍ଠାନ ଭାଗୀଟିକିରା ଡୁଙ୍ଗୁରିପାଲି କରମା ନୃତ୍ୟ ଏବଂ ମା ସମଲେଶ୍ବରୀ ବାଡ଼ିନୃତ୍ୟ ବାରିଗାଁ ଉଲୁଣ୍ଡା ବାଡ଼ିନୃତ୍ୟ ପରିବେଷଣ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ l ବିଭିନ୍ନ ମହିଳା ସ୍ୱୟଂସହାୟକ ଦଳ ବିଭିନ୍ନ ପ୍ରକାରର ପିଠା ମଣ୍ଡl ପ୍ରସ୍ତୁତ କରି ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା l

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶଙ୍କ ଉଦ୍ୟମ କ୍ରମେ ବେଟୀ ବଚାଓ ବେଟୀ ପଢ଼ାଓ ସ୍କିମ୍ ରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅଶି ପ୍ରତିଶତ ଉପରେ ମାର୍କ ରଖିଥିବା ଜିଲ୍ଲାର ୯୩ଜଣ ଛାତ୍ରୀ ମାନଙ୍କୁ ଜଣପ୍ରତି ୨୨୫୦ଟଙ୍କା ଲେଖାଏଁ ମୋଟ ୨୦୯୨୫୦ ଟଙ୍କାର ଚେକ୍ ପ୍ରୋତ୍ସାହନ ସ୍ୱରୂପ ଜିଲ୍ଲାପାଳ ପ୍ରଦାନ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନି କୁମାର ଭୋଇଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ , ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ସ୍ଵୟଂସହାୟକ ଗୋଷ୍ଠୀ, କଳାକାର, କଳାପ୍ରେମୀ ଜନସାଧାରଣ ,ସାମ୍ବାଦିକ ପ୍ରମୁଖ ଯୋଗଦେଇଥିଲେ l

4 COMMENTS

Comments are closed.