ଦୁର୍ଗାପୂଜା ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

0
53
ଦୁର୍ଗାପୂଜା ଅବସରରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୧୦) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଙ୍ଗିଯୁବାରେ ଅନୁଷ୍ଠିତ ନବରାତ୍ର ଦୁର୍ଗାପୂଜା ଅବସରରେ କୁନି କୁନି ପ୍ରତିଭା ମାନଙ୍କୁ ନେଇ ଦର୍ଶକଙ୍କ ଆକୃଷ୍ଟ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ପୂଜା କମିଟି ସଭାପତି ସଂଜୀବ ମିଶ୍ରଙ୍କ ସଭାପତିତ୍ୱରେ ଦୁର୍ଗାପୂଜା କମିଟିକୁ ଭୂମିଦାନ କରିଥବା ବୁଲୁ କମ୍ପ ଓ ନିଜସ୍ୱ ପାଣ୍ଠିରୁ ମଣ୍ଡପ ତିଆରି କରିଥିବା ରମେଶ ବଣ୍ଟିଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇ ଗ୍ରାମବାସୀଙ୍କ ତରଫରୁ ସମ୍ମାନିତ କରାଯାଇଥିଲା l ଏଥିରେ ଶିକ୍ଷକ ରାଜକୁମାର ମହାକୁର , ଆର୍ତତ୍ରାଣ ପଶୟତ, ରେଡ଼ିଓ ଗୀତିକାର ସୁରେଶ ଦାଶ ବିଚାରକ ଭାବେ ଦାୟିତ୍ଵ ତୁଲାଇଥିଲେ । ଏହି ପରିପେକ୍ଷୀରେ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା ପଚାଷ ଜଣ ପ୍ରତିଯୋଗୀ ମଧ୍ୟରୁ ପ୍ରଥମ ଭାଗ୍ୟଶ୍ରୀ ସାହୁ, ୨ୟ ପୁରସ୍କାର ବର୍ଷାରାଣୀ ସହେଲା, ୩ୟ ସ୍ନେହlରାଣୀ ସାହୁ ବିନିକା, ଜୁନିୟରରେ ଜିତେନ୍ଦ୍ର ସାହୁ, ଗ୍ରୁପରେ ବ୍ରଜେଶ୍ବରୀ ଗ୍ରୁପ ଅଶୁରଗଡ଼ ପୁରସ୍କୃତ ହୋଇଥିଲେ । ଦେବାଶିଷ ସାହୁ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ସଞ୍ଜୀବ ସାହୁ, କୋଷାଧକ୍ଷ ବିଦ୍ୟାଧର ସାହୁଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l