ଦୁର୍ଗା ପୂଜା କମିଟି ତରଫରୁ ମହାଆଡମ୍ବରରେ ଦୁର୍ଗା ପୂଜା ଅନୁଷ୍ଠିତ

0
43
ଦୁର୍ଗା ପୂଜା କମିଟି

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୧/୧୦) : ରାୟଗଡା ଜିଲ୍ଲା ଗୁଡ଼ାରୀ ଟାଉନ ଦୁର୍ଗା ପୂଜା କମିଟି ତରଫରୁ ଚଳିତ ବର୍ଷ ମହାଆଡମ୍ବରରେ ଦୁର୍ଗା ପୂଜା ଅନୁଷ୍ଠିତ ହେଉଅଛି lWhatsApp Image 2023-10-22 at 11.16.39

ନଭଶ୍ଚୁମ୍ବୀ ମେଢ଼ ସାଙ୍ଗକୁ ଆକର୍ଷଣୀୟ ସୁସଜ୍ଜିତ ରଙ୍ଗ ବେରଙ୍ଗର ଅଳକ ମେଳା ଭକ୍ତ ଓ ଦର୍ଶକଙ୍କୁ ଆକର୍ଷିତ କରୁଛି l ୧୮ ତମ ପୂଜା ମାଁଙ୍କର ଆୟୋଜନ କରିବ ପୂଜା କମିଟି । ନୂଆ ବସ ଷ୍ଟାଣ୍ଡ ନିକଟରେ ମାଁଙ୍କ ମେଢ଼ ଓ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଦୁର୍ଗା ପୂଜା ର ମୁଖ୍ୟ ଆକର୍ଷଣ ଦୀପ୍ତି ରେଖା ଙ୍କ ଗୀତ । ୨୭ ତାରିଖରେ ମା ଙ୍କ ଭଷାଣି ଉତ୍ସବରେ ହେବ । ଗୁଡ଼ାରୀ ର ରାଜପୁରୋହିତ ଶ୍ରୀ ରାମ ପ୍ରସାଦ ରଥ ଶର୍ମ, ଶ୍ରୀ ଗୌରପ୍ରସାଦ ରଥ ଓ ଲଡୁକିଶୋର ରଥ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ l ପୂଜା କମିଟିର ସମ୍ପାଦକ କେଦାର ସାହୁ ନିଜ ପତ୍ନୀ ସୁସଜିତାଙ୍କ ସହ କର୍ତ୍ତା ଭାବେ ତୁଲାଉଛନ୍ତି l ମା ଙ୍କ ସୂର୍ଯ୍ୟ ପୂଜା, ସପ୍ତମୀ ପୂଜା ନବପତ୍ରିକା ପୂଜା ହେବ l ମାଙ୍କ ପୂଜା ଦେଖିବା ସହ ଆଶୀର୍ବାଦ ନେଇ ମେଢ଼ ବୁଲିବା ପାଇଁ ଦର୍ଶକଙ୍କ ଭିଡ ଜମୁଛି l