ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଗୁଡ଼ାରୀର ଦୁଇ ଛାତ୍ରୀ

1
58
ରାଜ୍ୟ ସ୍ତରୀୟ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୯/୧୦) : ଗୁଡ଼ାରୀ ସରକାରୀ ହାଇ ସ୍କୁଲର ଦଶମ ଶ୍ରେଣୀର ଦୁଇ ଛାତ୍ରୀ ନିଶ୍ରୀତା ସାହୁ ଏବଂ ମାନସ୍ୱିନୀ ମାଳବିଶୋଇ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି ।

ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ରବିବାର ଦିନ ଜି ସି ଡି ଖେଳ ପଡିଆରେ ଅନୁଷ୍ଠିତ ୧୦୦ ମିଟର ଏବଂ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଯଥାକ୍ରମେ ନିଶ୍ରୀତା ଓ ମାନସ୍ୱିନୀ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରରେ ଖେଳିବାକୁ ଯୋଗ୍ୟତା ହାସଲ କରି ଗୁଡ଼ାରି ହାଇସ୍କୁଲ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ବିଦ୍ୟାଳୟର କ୍ରୀଡା ଶିକ୍ଷକ ରାଧାକାନ୍ତ ଗୁରୁ କହିଛନ୍ତି ଉଭୟ ୧୦୦ ମିଟର ଓ ୪୦୦ ମିଟର ଏହି ଦୁଇ ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଏହି ଖବର ଜାଣିବା ପରେ ପ୍ରଧାନ ଶିକ୍ଷକ ରାଜ କିଶୋର ସାହୁ ଏବଂ ଶିକ୍ଷୟତ୍ରୀ ଶିକ୍ଷକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହି ସ୍କୁଲ ସାଙ୍ଗ ସାଥି ମାନେ ରାଜ୍ୟ ସ୍ତରରେ କୃତିତ୍ୱ ହାସଲ କରିବା ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

1 COMMENT

Comments are closed.