ସାଇବର ସେଫଟି ପାଇଁ ପୂରସ୍କାର

0
42
ସାଇବର ସେଫଟି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୧୦) : ସାଇବର ସେଫଟି ପାଇଁ କାଶୀନଗର ଏନ ଏ ସି ରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବାରୁ ଯୁବ ନେତାଙ୍କୁ ପୁରସ୍କୃତ କରାଯଇଛି ।

ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ କାଶୀନଗରର ଯୁବ ବିଜେଡି ନେତା ତଥା କାଶୀନଗର ଏନଏସି ଅଧ୍ୟାକ୍ଷାଙ୍କ ପୁଅ ଚିନୁ ବାବୁଙ୍କୁ କାଶୀନଗର ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ଗୌଡ଼ ଗତ କାଲି ସ୍ଥାନୀୟ ବଂଶଧରା ପାଠାଗାର ସମ୍ମିଳନୀ କକ୍ଷରେ ପୁରସ୍କୃତ କରିଛନ୍ତି । ଏହି ଉତ୍ସବରେ ପାଠାଗାର ସଭାପତି ଶ୍ରୀ ହୃଷିକେଶ ଗୌଡ଼, ପ୍ରେସ କ୍ଲୁବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର, ପୂର୍ବତନ ଆଇନ ଜୀବି ଜଗଦୀଶ ପାତ୍ର, ସମାଜସେବୀ କେ. ରାମା ରାଓ, ସାମ୍ବାଦିକ ରାଜେଶ ପଟନାୟଜ, ଟୁନା ଚୌଧୁରୀ ଉପସ୍ଥିତ ଥିଲେ ।