+୩ ରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାପାଇଁ ଗୌରବ ରଚିଲେ ଢେଙ୍କାନାଳ ଅଟୋନମାସ କଲେଜର ଛାତ୍ର

0
174

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୭/୦୯) : ଆଜି ପ୍ରକାଶ ପାଇଲା +୩ ପରୀକ୍ଷା ଫଳ । +୩ ରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାପାଇଁ ଗୌରବ ଅର୍ଜନ କରିଛନ୍ତି ଅମୃତ ବିନୟ ପ୍ରଧାନ । ସେ ଢେଙ୍କାନାଳ ଅଟୋନମାସ କଲେଜ ର ଛାତ୍ର ଅଟନ୍ତି । ଅମୃତ ସେ ସମୁଦାୟ ୧୮୦୦ ରୁ ୧୬୩୪ ମାର୍କ ରଖିଛନ୍ତି ଯାହାକି ଶତକଡ଼ା ୯୦.୩୩ ଅଟେ ।

ମିନବଜାରର ଅଭିରାମ ପ୍ରଧାନ ଓ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଔରସରୁ ଜନ୍ମ ଅମୃତ +୩ ରେ ସର୍ବୋଚ୍ଚ ନମ୍ବର ରଖି ନିଜ କଲେଜ ତଥା ସମଗ୍ର ଜିଲ୍ଲାପାଇଁ ଗୌରବ ଆଣିଦେଇଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ସେ ତାଙ୍କର ପିତାମାତା, ଗୁରୁଜନ,ସାଙ୍ଗସାଥି ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଶ୍ରେୟ ଦେଇଛନ୍ତି । କଲେଜ ତରଫରୁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରାଯାଇଛି ।

ଏହିବର୍ଷ କରୋନା ହେତୁ ଅଫଲାଇନ ପରୀକ୍ଷ ଅସମ୍ଭବ ହୋଇପଡିଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନଲାଇନ ପରୀକ୍ଷା କରାଯାଇଥିଲା ବୋଲି କଲେଜର ପ୍ରିନ୍ସିପାଲ ରଞ୍ଜିତ କୁମାର ପ୍ରଧାନ କହିଛନ୍ତି ।

ଆଜିର ଏହି ପରୀକ୍ଷାଫଳ ସର୍ବସମତ କରିବା ସମୟରେ କଲେଜର ପ୍ରିନ୍ସିପାଲ ରଞ୍ଜିତ କୁମାର ପ୍ରଧାନ, କଂଟ୍ରୋଲର ଜୟଦେବ ପାଢ଼ୀ, ଡେପୁଟି କଂଟ୍ରୋଲର ଡକ୍ଟର ସଂଜୀବ କୁମାର ମହାପାତ୍ର, IQAS ପ୍ରଶାନ୍ତ କୁମାର ପରିଡା ଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।