ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୪ ମୃତ, ୩ ଗୁରୁତର

1
49
ଦୁଇ ବାଇକ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୨୫/୧୦) : ନୂଆପଡା ଜିଲ୍ଲା ବୋଡ଼େନ ଥାନା ରାଜପୁର ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତକଙ୍କ ମଧ୍ୟରେ କମଳାମାଲ ଗାଁ’ର ୨ ଜଣ ଥିବା ବେଳେ ଭୀମାପଦର ଗାଁ’ର ଜଣେ ଓ ଭଇଁଷାଦରହ ଗାଁ’ର ଜଣେ ଅଛନ୍ତି । ମୃତାହତମାନେ ଗତକାଲି ବିଳମ୍ବିତ ଦଶହରା ପୂଜା ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରୁଥିବା ବେଳେ ଏହି ଘଟଣା ଘଟିଥିଳା । ସିନାପାଲି ଆଡୁ ଗୋଟିଏ ବାଇକରେ ୪ ଜଣ ଆସୁଥିଲେ ଓ ବୋଡେନରୁ ସିନାପାଲି ଆଡ଼କୁ ଆଉ ଗୋଟିଏ ବାଇକରେ ୩ ଜଣ ଯାଉଥିଲେ । ଏହି ସମୟରେ ବିଜୁ ଏକ୍ସପ୍ରେସ ୱେର ରାଜପୁର ଗାଁ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ୩ ଜଣ ଗୁରୁତରଙ୍କୁ ବୋଡ଼େନ ଓ ନୂଆପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।

1 COMMENT

Comments are closed.