ଆଜିଠୁ କୁଳଡିହାରେ ବାଘ ଗଣନା

1
38
ଆଜିଠୁ କୁଳଡିହାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୫/୧୦) : ଆଜିଠୁ କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଉଛି ବାଘ ଗଣନା । ଏହାସହ ବାଲେଶ୍ୱର ଫରେଷ୍ଟ ଡିଭିଜନରେ ୫ଟି ରେଞ୍ଜରେ ମାସାଂଶୀ ବନ୍ୟଜନ୍ତୁଙ୍କ ଗତିବିଧି ଅନୁଧ୍ୟାନ କରୁଛି ବନ ବିଭାଗ ।

କୁଲଡିହା ଅଭୟାରଣ୍ୟ ଭିତରେ ୧୪ଟି ବିଟରେ ୪୨ ଜଣ ବନ କର୍ମଚାରୀଙ୍କ ଦ୍ୱାରା ବାଘ ଗଣନା କରାଯାଉଛି । ଏହାସହ ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଟିମ୍ ନିୟୋଜିତ ହୋଇଛନ୍ତି । କୁଲଡିହାରେ ବାଘ ଗଣନା କାର୍ଯ୍ୟକ୍ରମ ଆଜିଠୁ ୩୦ ତାରିଖ ଯାଏଁ ୫ଦିନ ଧରି ଚାଲିବ । ସେହିପରି ନୀଳଗିରି ରେଞ୍ଜ, ସୋର, ଜଳେଶ୍ୱର ଓ ଚାନ୍ଦିପୁର ରେଞ୍ଜରେ ମଧ୍ୟ ମାଂସାଶୀ ଜୀବଙ୍କ ଗତିବିଧି ଓ ଉପସ୍ଥିତି ଉପରେ ନଜର ରଖିବା ପାଇଁ ବାଲେଶ୍ଵର ଡିଭିଜନର ମୋଟ ୫୨ଟି ବିଟ୍‌ରେ ୨୫୦ରୁ ଅଧିକ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ୨୫ ତାରିଖରୁ ୩୦ ତାରିଖ ଯାଏ ୫ ଦିନ ଧରି ଚାଲିବା ନେଇ ଏସିଏଫ୍‌ଓ ସୂଚନା ଦେଇଛନ୍ତି ।

1 COMMENT

Comments are closed.