ବିଦ୍ୟୁତ ତାର ସଂସ୍ପର୍ଶ ଆସି ଯୁବକ ମୃତ

0
48
ବିଦ୍ୟୁତ ତାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୫/୧୦) : ରାବଣ ପୋଡ଼ି ଉତ୍ସବୟ ସମୟରେ ଅଘଟଣ ଘଟିଛି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ମିନି ଷ୍ଟାଡିୟମ ପଡ଼ିଆରେ ଚାଲିଥିବା ରାବଣ ପୋଡି ଉତ୍ସବ ସମୟରେ ବିଦ୍ୟୁତ କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତ ଯୁବକ ଜଣଙ୍କ ଗଁନ୍ଦିଆ ଥାନା ଅନ୍ତର୍ଗତ ମଠ ତେନ୍ତୁଳିଆ ଗ୍ରାମର ସାଇରାମ ସାହୁ ବୋଲି ଜଣାପଡିଛି । ଗତକାଲି ମିନି ଷ୍ଟାଡିୟମ ପଡ଼ିଆରେ ରାବଣ ପୋଡ଼ି ହେଉଥିଲା। ସାଇରାମ ରାବଣ ପୋଡ଼ି ଦେଖୁଥିଲେ । ଏହି ସମୟରେ ସେଠାରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ସାଇରାମ ଆସିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ସାଇରାମଙ୍କୁ ମୃତ ଘୋଷଣା କରିଥିଲେ । ସାଇରାମଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।