ଆସନ୍ତା ୨୭ରୁ ଆରମ୍ଭ ହେବ ହରଗୋୖରୀ ଯାତ୍ରା

0
50
ଆସନ୍ତା ୨୭ରୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୧୦) : ସୋନପୁରର ପ୍ରସିଦ୍ଧ ହରଗୈ।ରୀ ଯାତ୍ରା ଚଳିତ ବର୍ଷ ଆସନ୍ତା ୨୭ ତାରିଖରୁ ୪ନଭେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ଢେରାପଡା ଠାରେ ଅତ୍ୟନ୍ତ ଆନନ୍ଦସ ଉଲ୍ଲାସର ସହ ପାଳନ ହେବାକୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ।‌

ଦୀର୍ଘ ନଅ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ଏ ବର୍ଷ ୨୫ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ୩୦ତାରିଖରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାହେବା ପାଇଁ ସ୍ଥିର ହୋଇଛି । ୩୦ତାରିଖରେ ପଶ୍ଚିମ ଓଡ଼ିଶା ଲୋକନୃତ୍ୟ ମହୋତ୍ସବରେ ବଲାଙ୍ଗୀରର ପଞ୍ଚମ ଓ ସୋନପୁରର ପଏଁରୀ ଅନୁଷ୍ଠାନ ଯୋଗଦେବାକୁ ଥିବାବେଳେ ୩୧ ତାରିଖ ରେ ବିଶିଷ୍ଠ ପାରାୟଣ ଗାୟିକା ପ୍ରାପ୍ତି ଆଚାର୍ଯ୍ୟ ଙ୍କ ଦ୍ଵାରା ପାରାୟଣ ପରିବେଷଣ କରାହେବ ।

୧ତାରିଖରେ ଭଜନ ସଂଧ୍ୟା ‘ଭକ୍ତି ଆରାଧନା’ ୨ ତାରିଖ ସମ୍ବଲପୁରୀ ଅର୍କେଷ୍ଟ୍ରା ହରିॐ ମେଲୋଡ଼ି ୩ ତାରିଖରେ ରାଞ୍ଚିର ହିନ୍ଦୀ ମେଲୋଡ଼ି ନାଇଟ୍ସ ଇକୋଡିଲା ଇଭେଣ୍ଟସ୍ ଓ ୪ତାରିଖରେ ମାଁ ମାହେଶ୍ଵରୀ ସମ୍ବଲପୁରୀ ଅର୍କେଷ୍ଟ୍ରା ଓ ମଧ୍ୟରାତ୍ରରୁ ନଗର ପରିକ୍ରମା ଅନୁଷ୍ଠିତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ହରଗୋୖରୀ ଯାତ୍ରା କମିଟି ସଭାପତି ଦିଲ୍ଲୀପ ପାତ୍ର, ସ‍ଂପାଦକ ଜନ୍ମେଜୟ ପାତ୍ର, ସତ୍ୟନାରାୟଣ ରାଓ, ଆନନ୍ଦ ପାତ୍ ଓ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।