ଘର ସମ୍ମୁଖରୁ ଟେକି ନେଇ କଚାଡ଼ି ଦେଲା ଦନ୍ତା

1
42
ଘର ସମ୍ମୁଖରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୨୫/୧୦) : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ପୋଖରିଆ ଗାଁ’ରେ ଆଜି ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାଁ ସୁନୀଲ ହେମ୍ବ୍ରମ ।

ଗତ କିଛି ଦିନ ହବ କରଞ୍ଜିଆ ବନଖଣ୍ଡର ବିଭିନ୍ନ ସ୍ଥାନରେ ୩ଟି ଗୋଠଛଡ଼ା ଦନ୍ତା ଓ ୨୨ଟି ଝାଡ଼ଖଣ୍ଡୀ ହାତୀ ଉପଦ୍ରବ ଜାରି ରଖିଛନ୍ତି । ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଘର ଦ୍ଵାର ମଧ୍ୟ ଭାଙ୍ଗିଛନ୍ତି । ଆଜି ସକାଳେ ସେଥିରୁ ଗୋଟିଏ ଗୋଠଛଡ଼ା ଦନ୍ତା ଦରି ଅଞ୍ଚଳରେ ଉପଦ୍ରବ କରିବା ପରେ ପୋଖରିଆ ଗାଁ ଦେଇ ଯାଉଥିଲା । ଏହି ସମୟରେ ସୁନୀଲ ହେମ୍ବ୍ରମ ତାଙ୍କ ଘର ସାମ୍ନାରେ ଛିଡ଼ା ହୋଇଥିଲେ । ହଠାତ୍ ହାତୀଟି ତାଙ୍କ ଆଡ଼କୁ ମାଡ଼ି ଆସିଥିଲା ଓ ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା । ସୁନୀଲ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟି ଯାଇଛି। ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟ ଭର୍ତ୍ତି କରାଯାଇଛି । ତାଙ୍କୁ ଅଧିକ ଚିକିତ୍ସା ପାଇଁ କୌଣସି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରେ ବୋଲି ଜଣାପଡ଼ିଛି ।

1 COMMENT

Comments are closed.