ସୁବର୍ଣ୍ଣପୁର ପୌର ପରିଷଦର ନୂତନ ନିର୍ବାହୀ ଅଧିକାରୀଙ୍କ ଯୋଗଦାନ

2
51
ସୁବର୍ଣ୍ଣପୁର ପୌର ପରିଷଦ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୧୦) : ସୁବର୍ଣ୍ଣପୁର ପୌର ପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଲେ ଇଂ ମନୋରଞ୍ଜନ ପଣ୍ଡା ବିଟେକ (କୃଷି ଯାନ୍ତ୍ରିକ) ଓ ୟୁ ଏ ଟି l

ସର୍ବ ପ୍ରଥମେ ସାଧାରଣ ଲୋକଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହିତ ସହରର ପରିମଳ, ବିଦ୍ୟୁତ କରଣ ଓ ସୌନ୍ଦର୍ଜୀ କରଣ ଉପରେ ଗୁରୁତ୍ୱ ଦେବାକୁ ଓଡିଶା ସାମ୍ବାଦିକ ସଂଘ ସୋନପୁର ଶାଖା କାର୍ଯ୍ୟକର୍ତ୍ତା ଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତରେ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ l ଏବଂ ସମସ୍ତ ଙ୍କ ସହଯୋଗ ରେ ସହର ର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ଉଦ୍ୟମ ରଖିବି ବୋଲି କହିଥିଲେ l ଶ୍ରୀ ପଣ୍ଡା ଏହା ପୂର୍ବ ରୁ ପଡୋଶୀ ଜିଲ୍ଲା ବୌଦ୍ଧ ଏନ ଏ ସି ରେ ଦୀର୍ଘ ପାଞ୍ଚ ବର୍ଷ ଧରି ସୁଚାରୁ ରୂପେ କାର୍ଯ୍ୟ କରି ତାଙ୍କ ଅମାୟିକ ବ୍ୟକ୍ତିତ୍ୱ ଓ କାର୍ଯ୍ୟ ଦକ୍ଷତା ପାଇଁ ସାଧାରଣ ଲୋକ ଙ୍କ ସମେତ ସବୁ ବର୍ଗରେ ସେ ପ୍ରିୟ ଭାଜନ ହୋଇ ପାରିଥିଲେ l ଜରି ଖଣ୍ଡି ଉନ୍ନୟନ ପ୍ରକଳ୍ପ, ନୁଆଁ ରାସ୍ତା ନିର୍ମାଣ ସହ ନୁଆଁ କଲୋନୀର ସୌନ୍ଦର୍ଜୀ କରଣ, ଉନ୍ନତ ଡ୍ରେନାଇଜ ସିଷ୍ଟମ, ଟାଉନ ହଲ ର ରିନୋଭେସନ, ଏମ ସି ସି, ଏମ ଆର ଏଫ ଭଳି ଅନେକ ମେଗା ପ୍ରକଳ୍ପ ନିର୍ମାଣ ରେ ଶ୍ରୀ ପଣ୍ଡା ଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବା ସୂଚନା ମିଳିଛି l

2 COMMENTS

Comments are closed.