ହରଗୋୖରୀ ଯାତ୍ରା ର ତୃତୀୟ ଦିବସରେ ହରଙ୍କ ଆଗମନ

0
36
ହରଗୋୖରୀ ଯାତ୍ରା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୧୦) : ହରଗୌରୀ ଯାତ୍ରାର ତୃତୀୟ ଦିବସରେ ଆଜି ପ୍ରଥମେ ଗୌରୀଙ୍କୁ ଆବାହନ ପରେ ପରେ ଘଣ୍ଟଘଣ୍ଟା ଢୋଲନିଶାଣର ତାଳେତାଳେ ଏକ ବିରାଟ ପଟୁଆରରେ ଢେରାପଡା କୁ ଶିବଙ୍କର ଆଗମନ ହୋଇଛି ।WhatsApp Image 2023-10-30 at 10.29.50

ଏଥିପାଇଁ ସଂଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଢେରାପଡାର ଶତାଧିକ ମହିଳା ଓ ପୁରୁଷମିଶି ଦୁର୍ଗାମଣ୍ଡପ ନିକଟସ୍ଥ ସ୍ଵର୍ଗତ ଗୋଲେଖ ନାଥ ସାହୁଙ୍କ ବାସଭବନ ରୁ ଦେବଦେବ ମହାଦେବଙ୍କୁ ଆବାହନ କରି ତାଙ୍କୁ ଜଣେ ବିବାହିତ ମହିଳା ଜୟଶ୍ରୀ ପାତ୍ର ମୁଣ୍ଡରେ ଧାରଣ କରି ଆଣିଥିଲେ । ପରେ ରାସ୍ତାରେ ବିଭିନ୍ନ ଦ୍ଵାରରେ ହରଙ୍କୁ ପୂଜା ସହ ଢେରାପଡା ସ୍ଥିତ ପୂଜା ମଣ୍ଡପଙ୍କୁ ଆଣି ଗୌରୀଙ୍କ ପାର୍ଶ୍ଵରେ ସ୍ଥାପନା କରିଥିଲେ । କାଲିଠାରୁ ହରଗୌରୀ ଙ୍କୁ ସାତଦିନ ବ୍ୟାପି ଷୋଡଶ ଉପଚାରରେ ପୂଜା ଓ ରୁଦ୍ରାଭିଷେକ କରାଯିବ ବୋଲି କମିଟି କର୍ମକର୍ତ୍ତାଙ୍କ ସୁତ୍ରରୁ ପ୍ରକାଶ ।

ପ୍ରଥମେ ଗୌରୀଙ୍କୁ ଆବାହନ ପରେ ପରେ ଆଜି ଘଣ୍ଟଘଣ୍ଟା ଢୋଲନିଶାଣର ତାଳେତାଳେ ଏକ ବିରାଟ ପଟୁଆରରେ ଢେରାପଡାକୁ ଶିବଙ୍କର ଆଗମନ ହୋଇଛି । ଏଥିପାଇଁ ଆଜି ସଂଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଢେରାପଡାର ଶତାଧିକ ମହିଳା ଓ ପୁରୁଷମିଶି ଦୁର୍ଗାମଣ୍ଡପ ନିକଟସ୍ଥ ସ୍ଵର୍ଗତ ଗୋଲେଖ ନାଥ ସାହୁଙ୍କ ବାସଭବନରୁ ଦେବଦେବ ମହାଦେବଙ୍କୁ ଆବାହନ କରି ତାଙ୍କୁ ଜଣେ ବିବାହିତ ମହିଳା ଜୟଶ୍ରୀ ପାତ୍ର ମୁଣ୍ଡରେ ଧାରଣ କରି ଆଣିଥିଲେ। ପରେ ରାସ୍ତା ରେ ବିଭିନ୍ନ ଦ୍ଵାରରେ ହରଙ୍କୁ ପୂଜା କରି ଢେରାପଡା ସ୍ଥିତ ପୂଜା ମଣ୍ଡପଙ୍କୁ ଆଣି ଗୌରୀଙ୍କ ପାର୍ଶ୍ଵରେ ସ୍ଥାପନା କରିଥିଲେ । କାଲିଠାରୁ ହରଗୌରୀ ଙ୍କୁ ସାତଦିନ ବ୍ୟାପି ଷୋଡଶ ଉପଚାର ରେ ପୂଜା ଓ ରୁଦ୍ରାଭିଷେକ କରାଯିବ ବୋଲି କମିଟି କର୍ମକର୍ତ୍ତାଙ୍କ ସୁତ୍ରରୁ ପ୍ରକାଶ ।