ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ

0
44
ରାଜ୍ୟସ୍ତରୀୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୯/୧୦) : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ନିକଟସ୍ଥ ପଣ୍ଡିଆପାଲି ଖେଳ ପଡିଆ ଠାରେ ଶନିବାର ୨୪ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ୨୦୨୩/୨୪ ଶନିବାର ଉଦଘାଟିତ ହୋଇଯାଇଛି ।

ଏହାକୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ମୁଖ୍ୟ ବକ୍ତା, ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳି ପ୍ରଧାନ, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ପୂର୍ବତନ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ, ରାଜ୍ୟ ତୀରନ୍ଦାଜ ସଂଘ ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ, ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ, ଅଧ୍ୟାପିକା ମିନା ମହାରଣା, ବୀରମହାରାଜପୁର ବ୍ଲକ ଶିକ୍ଷା ଆଧିକାରୀ ଶାନ୍ତନୁ କୁମ୍ଭକାର ଓ ସମାଜସେବୀ ପ୍ରିୟବ୍ରତ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର ଛାତ୍ରୀମାନଙ୍କ ଦ୍ଵାରା ପ୍ରଥମେ ସ୍ଵାଗତ ସଙ୍ଗୀତ ଗାନ କରଯାଇଥିଲା । ଏକ ଭବ୍ୟ ସମାରୋହରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ପତି ଓ ବିଧାୟକ ଶ୍ରୀ ବେହେରାଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ କରଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ପ୍ରଦୀପ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ପଙ୍କଜ ଖମାରୀ ବିବରଣୀ ପାଠ କରିଥିଲେ । ରାଜ୍ୟ ଯୁଗ୍ମ ସମ୍ପାଦକ କୃଷ୍ଣଚନ୍ଦ୍ର ସେଠି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଅଧିବେଶନରେ ରାଜ୍ୟ ତୀରନ୍ଦାଜ ସଂଘ ପୂର୍ବତନ କୋଷାଧ୍ୟକ୍ଷ ସୁଘୋଷ ଦାସ, ସାମ୍ବାଦିକ ରବୀନ୍ଦ୍ର ହୋତା, କିଶୋର ହୋତା, ପୀତାମ୍ବର ସାହୁ, ଶେଷଦେବ ବାରିକ, ଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ପ୍ରଦୀପ ପଣ୍ଡା, ସମ୍ପାଦକ ପଙ୍କଜ ଖମାରୀ, ଉପସଭାପତି ଗୋପାଳ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ରାଜ୍ୟ ଯୁଗ୍ମ ସମ୍ପାଦକ କୃଷ୍ଣଚନ୍ଦ୍ର ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।ସଂସ୍କୃତିକ କାର୍ଯ୍ୟକ୍ରମରେ ପାତାଳୀ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଦ୍ଵାରା ଭଜନ ପରିବେଷଣ ସହିତ ବିଭିନ୍ନ ବିଦ୍ୟାଳୟର ତଥା ପ୍ରତିଯୋଗୀ ମାନଙ୍କ ଦ୍ଵାରା କଳା ପ୍ରଦର୍ଶନ କରଯାଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଶତାଧିକ କୋଚ୍, ସ୍କୋରର, ଟିମ ମ୍ୟାନେଜର, ବିଚାରକ ଓ ଅଭିଭାବକ, ଅଭିଭାବିକା ଯୋଗ ଦେଇଥିଲେ । ୩୦ଟି ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀ ମାନେ ବୀର ବାଦ୍ୟର ତାଳେ ତାଳେ ମାର୍ଚ୍ଚପାଷ୍ଟ କରିଥିଲେ । ଆଜିର ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ କନିଷ୍ଠ ବିଭାଗର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସହସ୍ରାଧିକ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ ।