ମୁଖ୍ୟ ମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ମେଡ଼ିକାଲ କଲେଜ, ଲକ୍ଷ୍ମୀ ବସ ସମେତ ବିଭିନ୍ନ ଯୋଜନା ଲୋକାର୍ପଣ

0
50
ମୁଖ୍ୟ ମନ୍ତ୍ରୀଙ୍କ କଳାହାଣ୍ଡି

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୧/୧୧) : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ବହୁ ପ୍ରତିକ୍ଷିତ ମେଡ଼ିକାଲ କଲେଜର ଲୋକର୍ପଣ ସାଙ୍ଗକୁ ଭବାନୀପାଟଣା ବସଷ୍ଟାଣ୍ଡ ବିଭିନ୍ନ ପ୍ରକଳ୍ପ ଗୁଡିକର ଲୋକର୍ପଣ କରିଛନ୍ତି ।WhatsApp Image 2023-11-01 at 18.41.40

ଭବାନୀପାଟଣା ଉପକଣ୍ଠ ଭଙ୍ଗାବାରୀ ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଶହେ ସିଟ ବିଶିଷ୍ଟ ଶହୀଦ ରେଣ୍ଡୋମାଝି ମେଡ଼ିକାଲ କଲେଜ ଓ ହସପିଟାଲ ର ଲୋକର୍ପଣ କରାଯାଇଛି । ଏହି ଅବସରରେ ୨୦୨୩-୨୪ ଶିକ୍ଷା ବର୍ଷରେ ଅଧ୍ୟଯନରତ ଦୁଇ ଜଣ ଛାତ୍ରୀଙ୍କ ସହିତ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ କଥା ବାର୍ତ୍ତା ହେବା ସହ ଜଣେ ଛାତ୍ରଙ୍କ ସହ ମୁଖ୍ୟ ମନ୍ତ୍ରୀ କଥା ବାର୍ତ୍ତା ହୋଇଥିଲେ । ଚଳିତ ଶିକ୍ଷା ବର୍ଷରେ ଓଡ଼ିଶାର ୪୧ ଜଣଙ୍କ ସମେତ ବିଭିନ୍ନ ରାଜ୍ୟରୁ ମୋଟ ୧୦୦ ଜଣ ଛାତ୍ର ଛାତ୍ରୀ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ବିଷଯ ସ୍ବାସ୍ଥ୍ୟ ସଚିବ ପ୍ରକାଶ କରିଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ବାସ୍ଥ୍ୟ ମନ୍ତ୍ରୀ, କଳାହାଣ୍ଡି ସାଂସଦ, ନବୀନ ଓଡ଼ିଶା 5T ଅଧ୍ୟକ୍ଷ ପ୍ରମୁଖ ମଞ୍ଚାସୀନ ଥିଲେ । ଦୀର୍ଘ ଦିନର ବହୁ ପ୍ରତିକ୍ଷିତ ଏହି ମେଡ଼ିକାଲ କଲେଜ ଲୋକର୍ପଣ ହେବା ପରେ ଜିଲ୍ଲା ବାସୀ ଦୁଆର ମୁହଁରେ ସ୍ବାସ୍ଥ୍ୟ ସେବା ପାଇବା ସମ୍ଭବ ହୋଇ ପାରିବ ବୋଲି ଆଶା ପ୍ରକାଶ ପାଇଛି ।WhatsApp Image 2023-11-01 at 18.41.41

ଏହା ପରେ ବିଶ୍ବବିଦ୍ୟାଳୟ ପଡିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘରେ ଘରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସ୍ଵାଗତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, କଳାହାଣ୍ଡି ସାଂସଦ, କଳାହାଣ୍ଡିର ସମସ୍ତ ବିଧାୟକ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟ ମନ୍ତ୍ରୀ ପତାକା ଦେଖାଇ ପ୍ରତ୍ୟେକ ପଞ୍ଚାଯତକୁ ସଂଯୋଗ କରିବା ଉଦ୍ଦେଶ୍ୟରେ ଚାଳିବାକୁ ଥିବା ଲକ୍ଷ୍ମୀ ବସର ଶୁଭାରମ୍ଭ କରିଥିଲେ । କଳାହାଣ୍ଡି ଜିଲ୍ଲା ଗଠନ ଅବସରରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟକୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ ଓ ଏହି ଅବସରରେ ଭବାନୀପାଟଣା ରେ ନବ ନିର୍ମିତ ବସ ଟର୍ମିନାଲର ଲୋକର୍ପଣ କରିବା ସହିତ ପ୍ରାୟ ୧୨୦୦ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।