ହରଗୌରୀ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ସଂଗୀତ ଓଁ ସାଇ ନାଦ

0
52
ହରଗୌରୀ ଯାତ୍ରା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୧୧) : ସୋନପୁର ଢ଼େରlପଡାର ପ୍ରସିଦ୍ଧ ହରଗୌରୀ ଯାତ୍ରାରେ ପ୍ରତିଦିନ ହରଗୌରୀଙ୍କ ଠାରେ ତେଲୁଗୁ ରୀତିନୀତି ଅନୁଯାୟୀ ପୂଜାପାଠ ଚାଲିଛି ।WhatsApp Image 2023-11-02 at 09.57.12 (1)

ରାୟଗଡ଼ା ଜିଲ୍ଲା ଗୁମୁଡା ରୁ ଆସିଥିବା ତେଲୁଗୁ ପାନ୍ତୁଲୁ ଏ. ଦୁର୍ଗାପ୍ରସାଦଙ୍କ ସମସ୍ତ ପୂଜାବିଧି ନିର୍ବାହ ହେଉଥିବା ବେଳେ ଆଜି ର ରୁଦ୍ରାଭିଷେକ, ଷୋଡଶ ଉପଚାର ପୂଜା ଓ ବିରାମହରାଜପୁର ର ଭକ୍ତି ଆରାଧନା କଳାକାରଙ୍କ ଭଜନ, କଳାକାରଙ୍କ ବିଭିନ୍ନ ଲାଇଫ ଷ୍ଟେଚ୍ୟୁ ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା l ରୁଦ୍ରା ଭିଷେକର କର୍ତ୍ତା ଭାବରେ କେ.ଶଙ୍କର ପାତ୍ର ସପତ୍ନୀକ ଓ ରମା ନାଏକଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଦେବଦମ୍ପତିଙ୍କୁ ଏକ ମଞ୍ଚ ଉପରେ ବସାଇ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ସମସ୍ତଙ୍କ ଘରେ ପ୍ରସ୍ତୁତ କୁଡୁମୁଲ୍ଲୁ ନାମକ ଏକ ସ୍ଵାଦିଷ୍ଟ ମଣ୍ଡା ହରଗୈlରୀ ଙ୍କ ଠାରେ ଲାଗି ହୋଇଛି ।

ପରଂମ୍ପରା ଅନୁଯାୟୀ ହରଗୈlରୀଙ୍କ ଠାରେ ପ୍ରତିଦିନ ବିଭିନ୍ନ ଘରେ ପ୍ରସ୍ତୁତି ବିଭିନ୍ନ ପିଠାପଣା ଲାଗି କରାଯାଏ l ଆଜି ଯାତ୍ରାର ଷଷ୍ଠ ଦିବସ ର ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଆର ଟି ଓ ଅକ୍ଷୟ କୁମାର ଜେନା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଯୋଗ ଦେଇ ଏଇ ସର୍ବ ପୁରାତନ ତେଲଗୁ ସମ୍ପ୍ରଦାୟର ରୀତି ନୀତି ପରମ୍ପରା ଓ ଯାତ୍ରାକୁ ବଜାୟ ରଖି ଥିବା ବିଷୟ ଆୟୋଜକ କୁ ଖୁବ ପ୍ରଶଂସା କରିଥିଲେ l

ଉଭୟ ଦିବସର ସଭାକୁ ଯାତ୍ରା କମିଟି ସଭାପତି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ସଂଯୋଜନା କରି ଅତିଥି ସ୍ୱାଗତ କରିଥିବା ବେଳେ କମିଟିର ସମ୍ପାଦକ ଜନ୍ମଞ୍ଜୟ ପାତ୍ର, ଉପ ସଭାପତି ଆନନ୍ଦ ପାତ୍ର, ସତ୍ୟ ନାରାୟଣ ରାଓ, ମନୋରଞ୍ଜନ ତ୍ରିପାଠୀ, ବୈକୁଣ୍ଠ ପାତ୍ର, ଅକ୍ଷୟ ପାତ୍ର, ଦୟାନନ୍ଦ ପାତ୍ର, ଗୋବିନ୍ଦ ପାତ୍ର, ପୁରୁଷୋତ୍ତମ ପାତ୍ର, ଶ୍ରୀରାମ ପାତ୍ର, ଚେରୁ ପାତ୍ର, ସୁଦର୍ଶନ ପାତ୍ର, ବିଶ୍ୱନାଥ ପାତ୍ର, ନାଗେସୁ ପାତ୍ର, ମନୋଜ ପାତ୍ର, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

ଆଜିର ଭକ୍ତି ଆରାଧନା ଟ୍ରୁପ ରେ ଅବିନାଶ ହୋତାଙ୍କ ଏଙ୍କରିଂରେ ଓ ସଂଯୋଜନାରେ ଅନୁଷ୍ଠିତ କଳାକାର ପୀତବାସ ଭୋଇଙ୍କ ସଂଗୀତ ” ବ୍ରହ୍ମରୁ ଶୁଭୁଛି ଶୁଣ ଓଁ ସାଇ ନାଦ ” ସଂଗୀତ ଓ କଳାକାର ସୌଭାଗ୍ୟ ଲଷ୍ମୀ ଦାଶ ଓ ତପସ୍ୱିନୀ ଦାଶଙ୍କ “ମୁଇଁ ନାଇଁ ଯାଏଁ ଯମୁନା” ସମ୍ବଲପୁରୀ ଭଜନ ସଂଗୀତ ବିଳମ୍ବିତ ରାତି ଯାଏ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲା l