ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସମେତ ଏକାଧିକ ନେତାଙ୍କ ଦ୍ଵାରା ୭୨୮ଜଣଙ୍କୁ ଭତ୍ତା ବଣ୍ଟନ

0
55
ପୂର୍ବତନ ମନ୍ତ୍ରୀ ପଦ୍ମିନୀ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧/୧୧) : ପୂର୍ବତନ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ତଥା କୋଟପାଡ଼ ବିଧାୟିକା ଶ୍ରୀମତି ପଦ୍ମିନୀ ଦିଆନଙ୍କ ଦ୍ଵାରା ଆଜି ପୂର୍ବାହ୍ନରେ ବୋରିଗୁମ୍ମା ବ୍ଳକ୍ ଅନ୍ତର୍ଗତ କୋଟପାଡ଼ ନିର୍ବାଚନ ମଣ୍ଡଳୀର ୧୨ ଗୋଟି ପଞ୍ଚାୟତର ୭୨୮ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି ।

ଏହି ଭତ୍ତା ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ତଥା ବିକଳାଙ୍ଗ ଭତ୍ତା ସାମିଲ ଥିବା ଜଣା ପଡ଼ିଛି । ଏତେ ସଂଖ୍ୟକ ଭତ୍ତା ଏକା ସାଙ୍ଗରେ ବଣ୍ଟା ଯାଉଥିବାରୁ ବିଜୁ ଜନତା ଦଳର ଏକାଧିକ ନେତାଙ୍କୁ ଭତ୍ତା ବଣ୍ଟନ ସମୟରେ ଏକତ୍ରିତ ହୋଇଥିବା ଦେଖାଯାଇଛି ।ପୂର୍ବତନ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ ଓ ତାଙ୍କ ପ୍ରତିନିଧି ନରେନ୍ଦ୍ର ବିଷୋୟୀ, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା କୋଟପାଡ଼ ପୂର୍ବତନ ବିଧାୟକ ଶ୍ରୀ ଚନ୍ଦ୍ରଶେଖର ମାଝି,ନବରଂଗପୁର ସାଂସଦ ପ୍ରତିନିଧି କେଶବ ପଣ୍ଡା,ଜିଲ୍ଲା ପରିଷଦ ଉପାଧାକ୍ଷ, ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ଚନ୍ଦ୍ର ବିଡିକା, ଶ୍ରୀମତି ଲାଲୁମଣି ସିଂ, ବିଜେଡ଼ି ନେତା ଶ୍ରୀ ନାଗରାଜ ଦୋରା, OBC କମିଶନ ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ବିଷୋୟୀ, ବ୍ଳକ୍ ଅଧ୍ୟକ୍ଷା ସୁଶ୍ରୀ ଦିପ୍ତୀମ ୟୀ ନାୟକ,ଉପାଧାକ୍ଷ ଶ୍ରୀ ରାଧାକାନ୍ତ ସାମନ୍ତରାୟ, ବି.ଡି.ଓ. ଶ୍ରୀ ବିକ୍ରମ କୁମାର ଦୋରା, ଏ.ବିଡ଼ିଓ ଶ୍ରୀମତି ମାଧୁରୀ ଆଚାରୀ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ତଥା ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଜଣାପଡିଛି ।