ତିରିଶଟିକିଆ ହାତୀପଲ ଗାଆଁ ମୁହାଁ

0
38
ତିରିଶଟିକିଆ ହାତୀପଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୨/୧୧) : ହାତୀପଲ ଏବେ ଗାଆଁ ମୁଁହା । ଗତ କାଲି ଭୋର୍ ସମୟରେ ଚନ୍ଦକା ଡମପଡା ଅଭୟାରଣ୍ୟରୁ ତିରିଶ ଟିକିଆ ହାତୀପଲ ଆସି ପରିବା ଓ ଧାନ ଫସଲ ଜମିରେ ପଶି ଦଳି ଚକଟି ନଷ୍ଟ କରିଦେଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।

ବାଆଁରା ପଞ୍ଚାୟତର କୂଅମଡ଼ା ଗାଆଁ ଭିତର ଜନ ବସତି ଆଡକୁ ଆସୁଥିବା ବେଳେ ବାଟରେ ହୋଇଥିବା ପରିବା ଓ ଧାନ ଫସଲ ଜମିରେ ପଶି ପରିବା ଫସଲ ଖାଇ ଦଳି ଚକଟି ନଷ୍ଟ କରିଦେଇ ଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ତଳେ ଆଠଗଡ଼ ଶୁକାସନ ଜଙ୍ଗଲରୁ ଆସିଥିବା ହାତୀପଲ ଏବେ ଚନ୍ଦକା ଅଭୟାରଣ୍ୟରୁ ସନ୍ଧ୍ୟା ହେଲେ ବାଆଁରା, ଭଗିପୂର୍, କଇଁମୁଣ୍ଡି ଅଞ୍ଚଳକୁ ଆସି ବୁଲା ବୁଲି କରି ଧାନ ହେଉ କି ପରିବା ଫସଲ ଖାଇ ପୁଣି ଚନ୍ଦକା ଅଭୟାରଣ୍ୟକୁ ଫେରି ଯାଉଛନ୍ତି । ତିରିଶ ଟିକିଆ ହାତୀପଲକୁ ଦେଖି ଲୋକେ ଭୟଭୀତ ହେବା ସହିତ ଫସଲ ନଷ୍ଟ କରୁଥିବାର କ୍ଷତି ପୂରଣ ଦାବି କରିଛନ୍ତି ଚାଷୀ ।