ପୋଲିସ କବଜାରେ ବାଇକ ଲୁଟେରା

0
36
ପୋଲିସ କବଜାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୨/୧୧) : କଟକ ସିଡିଏ ଫେଜ ୨ ଥାନା କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ । ବାଇକ ଚୋରି ଓ ଚୋରା ବାଇକ କିଣିବା ମାମଲାରେ ୫ ଜଣଙ୍କୁ ଗିରଫ କରିଛି ସିଡିଏ ଫେଜ ୨ ଥାନା ପୋଲିସ ।

ମୁଖ୍ୟ ବାଇକ ଲୁଟେରା ସାନୁ ଓରଫ ଆକାଶ ନରେନ୍ଦ୍ର ସହ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ସିଡିଏ ସେକ୍ଟର ୧୦ରେ ଜ୍ୟୋତି ରଞ୍ଜନ ମହାନ୍ତି ନାମକ ବ୍ୟକ୍ତିଙ୍କ ସ୍କୁଟି ଚୋରି କରିବା ମାମଲାରେ ଏମାନେ ଧରା ପଡିଛନ୍ତି । ରଞ୍ଜନ ମହାନ୍ତିଙ୍କ ସିଡିଏ ସେକ୍ଟର ୧୦ ରେ ସମ୍ପର୍କୀୟଙ୍କ ଘର ସମ୍ମୁଖରୁ ତାଙ୍କ ସ୍କୁଟି ନେଇ ଯାଇଥିଲେ ଏହି ଲୁଟେରା ଗ୍ୟାଙ୍ଗ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଏମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୦ଟି ବାଇକ ଓ ସ୍କୁଟି ସହ କିଛି ପାର୍ଟସ୍ ଜବତ କରାଯାଇଛି । ମୁଖ୍ୟ ବାଇକ ଲୁଟେରା ସାନୁ ନାଁ’ରେ କଟକ ସହରର ବିଭିନ୍ନ ଥାନାରେ ୯ ଟି ଚୋରି ମାମଲା ରହିଛି ।