ଆମ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

0
49
ଆମ ଓଡିଶା ଓ

ରିପୋର୍ଟ :ପ୍ରଣତି ସାବତ
ଗଜପତି, (୦୩/୧୧) : ଗଜପତି ଜିଲ୍ଲା କାଶୀନଗର ବ୍ଲକର ସମ୍ମିଳନୀ କକ୍ଷରେ ଆଜି ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟାକ୍ଷା ବାଲା ସାୟାମ୍ମାଙ୍କ ଅଧ୍ୟକ୍ଷତାରେ ବସିଥିଲା ।

ଏହି ବୈଠକରେ ନୂତବ ଭାବେ ଯୋଗ ଦେଇଥିବା ବିଡ଼ିଓ ଶ୍ରୀ ଅନୁପ ପଣ୍ଡା, ସହାୟକ ଯନ୍ତ୍ରୀ ନାରାୟଣ ପାଢ଼ୀ ଯୋଗ ଦେଇଥିଲେ, ଏତଦ ବ୍ୟତୀତ ସମସ୍ତ ବାର ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ଆସନ୍ତା ନଭେମ୍ବର ୬ ତାରିଖରେ ଆମ ଓଡିଶା ନବୀନ ଓଡିଶା ନେଇ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଆଭାସୀ ଭାବେ ମୁଖ୍ୟମନ୍ତ୍ରୀ ଓ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଉଦଘାଟନ କରିବାକୁ ଥିବାରୁ ଏହି ପ୍ରସ୍ତୁତି ବୈଠକ ଡକା ଯାଇଥିଲା । କିନ୍ତୁ ବାର ଗୋଟି ପଞ୍ଚାୟତ ମଧ୍ୟରୁ ଶିଆଳି, ହାଡୁଭାଙ୍ଗି, ଓ କେ. ସୀତାପୁର ପଞ୍ଚାୟତ କୋଉ କୋଉ ପ୍ରକଳ୍ପ ସାମିଲ ହେଲା ସେ ନେଇ ବିର୍ବାଚିତ ପ୍ରତିନିଧି ମାନଙ୍କୁ ଅନ୍ଧାର ରେ ରଖାଯାଉଛି କାହିଁକି ବୋଲି ଶିଆଳି ସରପଞ୍ଚ ଶ୍ରୀ ରାମ ପ୍ରସାଦ ପଟନାୟକ ରୋକଠୋକ ଭାବେ ଜାଣିବାକୁ ଚାହିଁଥିଲେ ।

ନବୀନ ଓଡିଶା ଯୋଜନା ରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି ପ୍ରକଳ୍ପ କୁ ଆସନ୍ତା ୬ ତାରିଖରେ ଉଦଘାଟନ କରାଯିବ, ଏନେଇ ବ୍ଲକ ପ୍ରଶାସନ ଖୁବ ଜୋରରେ ପ୍ରସ୍ତୁତି ଚଳାଇଛି, ଗତ କାଲି ରାତିରୁ କାର୍ଯ୍ୟ ଆରମ୍ଭ ହୋଉଯାଇଛି । ଶ୍ରୀ ପଟନାୟକ ଆବାସ ଯୋଜନାରେ ୨୨ କୋଟି ଖର୍ଚ୍ଚ ହେଉଥିଲେ ସୁଦ୍ଧା କିଛି ଆୟୋଜନ ହେଲା ନାହିଁ ଏବେ କାହିଁକି ଏସବୁ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ।