ଆସନ୍ତା କାଲି ଗଜପତିରେ ଲଷ୍ମୀ ବସ ଯୋଜନା ଆରମ୍ଭ

0
65
ଆସନ୍ତା କାଲି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୧୦) : ଆସନ୍ତା କାଲି ଗଜପତି ଜିଲ୍ଲାରେ ଲଷ୍ମୀ ବସ ଯୋଜନା ଆରମ୍ଭ ହେବ ବୋଲି ଜଣାପଡିଛି ।

ରାଜ୍ୟ ସରକାର ରାଜ୍ୟର ପଛୁଆ ଜିଲ୍ଲା ଗୁଡିକରେ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ନବୀନ ବାବୁଙ୍କ ଉଦ୍ୟମରେ ଏହି ଯୋଜନା ପ୍ରଥମେ ମାଲକାନଗିରି ରୁ ଆରମ୍ଭ ହୋଇଥିଲା । ପଛୁଆ ଜିଲ୍ଲା ଭାବେ ପରିଚିତ ଗଜପତି ଜିଲ୍ଲାରେ ଏହି ଯୋଜନା ଭି ସି ମାଧ୍ୟମରେ ଆରମ୍ଭ ହେବ ବୋଲି ଯୋଜନା ପ୍ରସ୍ତୁତ ହେଉଛି । ଏଣୁ କାଶୀନଗର ଏନଏସି ଓ ବ୍ଲକରୁ ଲୋକଙ୍କୁ ଭୁଆ ପାଇଁ ଆଜି କାଶୀନଗରରେ ୧୩ଟି ବସ କୁ ସଜାଗ କରି ରଖାଯାଇଛି । ପଞ୍ଚାୟତରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ମହକୁମାକୁ ଲୋକେ କମ ଦାମରେ ପହଞ୍ଚିପାରିବ ସେ ନେଇ ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ଜାଣାପଡିଛି ।