ଅଟୋ ଡ୍ରାଇଭରଙ୍କୁ ମାରିଲେ ଅଟୋ ଡ୍ରାଇଭର

0
50
ଅଟୋ ଡ୍ରାଇଭରଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୩/୧୧) : କଟକ ଚଣ୍ଡୀ ଛକରେ ଘଟିଛି ହତ୍ୟାକାଣ୍ଡ । ଜଣେ ଅଟୋ ଚାଳକଙ୍କ ମାଡ଼ରେ ଆଉ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି ।

ମୃତ ଅଟୋ ଚାଳକଙ୍କ ନାଁ ମହମ୍ମଦ ରୋସନ । ତାଙ୍କ ଘର କଟକର ସତୀଚୌରାର ଇଦ୍‌ଘା କଲୋନୀରେ । ଅଭିଯୁକ୍ତଙ୍କ ନାଁ ସରିଫ । ତାଙ୍କ ଘର ଖଟବୀନ ସାହିରେ । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଚଣ୍ଡୀ ଛକରେ ମହମ୍ମଦ ରୋସନ ତାଙ୍କ ଅଟୋରେ ବସିଥିଲେ । ସେହି ସମୟରେ ସରିଫ ଅଟୋରେ ସେଠାରେ ପହଞ୍ଚିଥିଲେ । ମହମ୍ମଦଙ୍କୁ ସରିଫ୍ ଟାଣି ନେଇଥିଲେ । ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସେହି ସମୟରେ ସରିଫ ଜୋରରେ ଧକ୍କା ମାରି ମହମ୍ମଦ ରୋସନଙ୍କୁ ଠେଲି ଦେଇଥିଲେ । ମହମ୍ମଦ ରୋସନ ତଳେ ପଡ଼ି ଯାଇଥିଲେ । ମହମ୍ମଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।