ବିଷମ କଟକ ଦୁର୍ଗାପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

0
61
ବିଷମ କଟକ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୬/୧୦) : ଚଳିତ ବର୍ଷ ବହୁ ଆଡମ୍ବର ସହ ପାଳନ ହେବାକୁ ଯାଉଛି ରାୟଗଡ଼ା ଜିଲ୍ଲା ବିଷମକଟକ ସହରର ଦୁର୍ଗା ପୂଜା

ଏଥି ପାଇଁ ସବୁ ପ୍ରସ୍ତୁତି ଅନ୍ତିମ ଚରଣରେ ପହଞ୍ଚିଛି । ଆସନ୍ତା କାଲି ତା.୧୫.୧୦.୨୩ ଠାରୁ ଆରମ୍ଭ ହୋଇ ପୂଜା ତା.୨୪.୧୦.୨୩ ଯାଏ ୧୦ ଦିନ ଚାଲିବାକୁ ଥିବା ଏହି ପୂଜା ରେ ପ୍ରତ୍ୟୋକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯକ୍ରମ ରହିଥିବା ବେଳେ ତା.୨୦.୧୦.୨୩ ରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତ।ରିକ୍ ଅଜିଜ୍ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି । ତା.୨୪.୧୦.୨୩ ଦଶହରା ଦିନ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ରାବଣ ଦହନ କାର୍ଯ୍ୟକ୍ରମ ରହିଥିବା ବେଳେ ସୁନ୍ଦର ଆଲୋକ ସଜ୍ୟ।, ତୋରଣ ସହ ପୂଜା ମଣ୍ଡପର କାର୍ଯ୍ୟ ଅନ୍ତିମ ଚରଣରେ ପହଞ୍ଚିଥିବା ବେଳେ ଦର୍ଶକ ମାନଙ୍କ ଆକର୍ଷଣ ପାଇଁ ମିନା ବଜାର ଲଗାଯାଇଛି । ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଧୁମ୍ ଧାମ୍ ରେ ପୂଜାକରାଯିବ।ର ସୂଚନା ପୂଜାକମିଟି ଟି ତରଫରୁ ମିଳିଛି ।