ଦୀପାବଳି ପୂର୍ବରୁ ବାଣ ଗୋଦାମରେ ଚଢ଼ାଉ,୧୦ଲକ୍ଷ ଟଙ୍କାର ବାଣ ଜବତ

0
50
ଦୀପାବଳି ପୂର୍ବରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୪/୧୧) : ଆଗକୁ ଦୀପାବଳି ଆସୁଥିବା ବେଳେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୁଲିସ ।

ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ । ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଅର୍ଣ୍ଣପାଳର ଦୈତାରୀ ବେହେରା ଓ କେନ୍ଦୁଆପଦା ଚିନାମାଳୀ ଅଞ୍ଚଳର ଦୀନବନ୍ଧୁ ଜେନା ଚୋରାରେ ବାଣ ତିଆରି କରୁଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଗତକାଲି ପୁଲିସ ଟିମ୍‌ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଲିସ ବିଭିନ୍ନ କିସମର ବାଣ ଓ ବମ ଜବତ କରିଥିଲା । ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ପୁଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।