ସାମ୍ବାଦିକାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗରେ ୱେବ ମିଡ଼ିଆ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ

0
47
ସାମ୍ବାଦିକାଙ୍କୁ ଚାପୁଡ଼ା ମାରିଥିବା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୪/୧୧) : ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡିଆ ସଂଘ ପକ୍ଷରୁ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।WhatsApp Image 2023-11-04 at 12.07.43

ସଂଘର ସଭାପତି ପିତାମ୍ବର ମହାପାତ୍ରଙ୍କ ନେତୃତ୍ବରେ ୱେବ ମିଡିଆ ସଂଘର କାର୍ଯ୍ୟରତ ସାମ୍ବାଦିକମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ରାଜଧାନୀ ଭୂବନେଶ୍ବରର ଏକ ସିନେମା ହଲରେ ଇ-ଟିଭି ଭାରତର ସିନେ ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ଅସଦାଚରଣ ପ୍ରଦର୍ଶନ କରିବା ସହିତ ଚାପୁଡା ମାରିବା ପ୍ରତିବାଦରେ ସାମ୍ବାଦିକ ମାନେ ଏହି ଆନ୍ଦୋଳନ କରିଛନ୍ତି । ଇ-ଟିଭି ସିନେ ସାମ୍ବାଦିକା ଦେବସ୍ମିତା ରାଉତ ସିନେମା ହାଲଚାଲ ଖବର ସଂଗ୍ରହ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ସାମ୍ବାଦିକା ଜଣକ ଦର୍ଶକ ଓ ସିନେ ଜଗତରେ ବିଭିନ୍ନ ବିଭାଗରେ କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତିକ୍ରିୟା ନେବା ପାଇଁ ସିନେମା ହଲ ଲବିରେ ଅପେକ୍ଷା କରିଥିଲେ । ଏହି ସମୟରେ କିଛି କଳାକାର ଓ ସିନେ ବୈଷୟୀକ ବିଭାଗ ବ୍ୟକ୍ତିଙ୍କ ସହିତ ପ୍ରଯୋଜକ ଟୁଟୁ ନାୟକ ସିନେମା ହଲ ଭିତରୁ ବାହାରିଥିଲେ । ତେବେ ସାମ୍ବାଦିକା ଦେବସ୍ମିତା ଅପେକ୍ଷା କରିଥିବା ଯାଗାରେ ଗହଳି ହୋଇଥିଲା ଓ ଗହଳିରେ ବିରକ୍ତ ପ୍ରକାଶ କରି ସାମ୍ବାଦିକାଙ୍କୁ ପ୍ରଯୋଜକ ପଛରୁ ଧରି ପକାଇ ତାଙ୍କ ସହିତ ବଚସା କରିଥିବା ସାଂଗକୁ ତାଙ୍କ ଗାଲରେ ଚାପୁଡା ମାରିଥିଲେ ।

ଏ ସଂପର୍କରେ ସାମ୍ବାଦିକା ଦେବସ୍ମିତା ପ୍ରଯୋଜକଙ୍କ ବିରୁଦ୍ଧରେ ରାଜଧାନୀ ଖାରବେଳ ନଗର ପୁଲିସ ଥାନାରେ ଅଭିଯୋଗ କରିଛନ୍ତି । ଦିନକୁ ଦିନ ସାମ୍ବାଦିକମାନେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଆକ୍ରୋଶ ଓ ଆକ୍ରମଣର ଶିକାର ହେଉଛନ୍ତି । ଏପରିକି ମହିଳା ସାମ୍ବାଦିକାମାନେ ବି ଏଥିରୁ ବାଦ ପଡୁ ନାହାନ୍ତି । ନିଜକୁ ସମାଜ ସେବାରେ ନିୟୋଜିତ କରିଥିବା ସାମ୍ବାଦିକ ମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢି ବଢି ଚାଲିଛି । ତେବେ ଗତକାଲିର ଏହି ଘଟଣାକୁ ଜିଲ୍ଲା ୱେବ ମିଡିଆ ସଂଘ ତୀବ୍ର ନିନ୍ଦା କରିଛି । ପ୍ରଯୋଜକ ଟୁଟୁ ନାୟକଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ୱେବ ମିଡିଆ ସଂଘ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଗରେ ଦାବି ଉପସ୍ଥାପନ କରିବା ସହିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛି l