ପର୍ଯ୍ୟଟନ ବିଭାଗ ତରଫରୁ ରହେଁନଚୁଆ ମୁଣ୍ଡା (ସିଦ୍ଧିକ୍ଷେତ୍ର) ପରିଦର୍ଶନ

0
62
ପର୍ଯ୍ୟଟନ ବିଭାଗ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୪/୧୧) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ସରକାରୀ ପଦାଧିକାରୀ ମାନେ ରହେଁନଚୁଆ ମୁଣ୍ଡା (ସିଦ୍ଧିକ୍ଷେତ୍ର ) ଶନିବାର ଦିନ ପରିଦର୍ଶନ କରିଥିଲେ ।WhatsApp Image 2023-11-05 at 07.08.31

ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ସରକାରୀ ପଦାଧିକାରୀ ମାନେ ରହେଁନଚୁଆ ମୁଣ୍ଡା (ସିଦ୍ଧିକ୍ଷେତ୍ର) ପରିଦର୍ଶନ କରିଥିଲେ । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଅଧିକାରୀ, ଉପଖଣ୍ଡ ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ, ତହସିଲଦାର ଓ ଜଙ୍ଗଲ ସୁରକ୍ଷା ଅଧିକାରୀ ସାମୁହିକ ଭାବରେ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ଡବ୍ଲୁଡିସି ସଦସ୍ୟ ହଂସରାଜ ଜୈନ ଙ୍କ ସ୍ୱତନ୍ତ୍ର ନିବେଦନ ଅନୁସାରେ ତଥା ଡବ୍ଲୁଡିସି ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀଙ୍କ ଅନୁରୋଧ କ୍ରମେ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସାହାଯ୍ୟ ସହଯୋଗ ତଥା ସ୍ୱତନ୍ତ୍ର ଦୃଷ୍ଟି ହେତୁ ମୁରିବାହାଲ ବ୍ଲକ ଅଧିନସ୍ତ ମାଲିସିରା ଗ୍ରାମ ପଞ୍ଚାୟତ ଖରାଳି ନିକସ୍ଥ ରହେଁନଚୁଆ ମୁଣ୍ଡା ତଥା ବ୍ରାହ୍ମଣୀ ପାହାଡ଼ (ସିଦ୍ଧି କ୍ଷେତ୍ର ) କୁ ଓଡିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟସ୍ତରୀୟ ଅଧିକାରୀ ଗଣ ପରିଦର୍ଶନ କରିଥିଲେ lWhatsApp Image 2023-11-05 at 07.08.32

କ୍ଷେତ୍ର ପରିଦର୍ଶନ କରିଥିବା ଉଚ୍ଚସ୍ତରୀୟ କମିଟି ମଧ୍ୟରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ଦଳାଇ, ବରିଷ୍ଠ ଆର୍କିଟେକଚର କୁମାରୀ ବର୍ଣ୍ଣିକା ଚଟୋପଧ୍ୟାୟ ଓଡିଶା ସରକାର, ପିଏମଇଉ କନସଲଟେଣ୍ଟ ଶ୍ରୀ ଚିରଂଜିତ ଗୁପ୍ତା ଓଡିଶା ସରକାର, ଶ୍ରୀ ପୂର୍ଣ୍ଣାନନ୍ଦ ପଟେଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରିବାହାଲ, ଶ୍ରୀ ଆୟୁବ ମଣ୍ଡଳ ତହସିଲଦାର ମୁରିବାହାଲ, ଶ୍ରୀ ଅବିନାଶ ମୋଦି ସହକାରୀ ଯନ୍ତ୍ରୀ, ଆରଆଇ ଶ୍ରୀଯୁକ୍ତ ହିମାଂଶୁ ମେହେର,ସରପଞ୍ଚ ଶ୍ରୀ ଦେବରାଜ ପାତ୍ର, ପିଇଓ ଶ୍ରୀ ଅର୍ଜୁନ ଛୁରା, ଏସିଏଫ ଶ୍ରୀମତୀ ନୀଲେନ୍ଦ୍ରୀ ଭୋଇ ଡ଼ଙ୍ଗାବାଞ୍ଜି, ବନ ସୁରକ୍ଷାକର୍ମୀ ଶ୍ରୀ ଘନଶ୍ୟାମ ପଶାୟତ ସହିତ ଅନେକ ବନ ସୁରକ୍ଷା କର୍ମୀ ତତ ସହିତ ପୂର୍ବତନ ସରପଞ୍ଚ ଦୁଳମଣି ବାଗ ଓ ଶ୍ରୀ କ୍ଷିତିପତି ମହାକୁର, ଟ୍ରଷ୍ଟି ଶ୍ରୀ ପୁଲସ୍ତି ବେହେରା, ଦେବେନ୍ଦ୍ର ମେର୍ଲି, ଲଳିତ ମହାନ୍ତି, ଭୁଲା ବେହେରା, ଶେଷଦେବ ପଧାନ, ରାମଚନ୍ଦ୍ର ମାଝୀ,ଦୁର୍ଯ୍ୟୋଧନ ବେହେରା,ରାମୁ ନିଆଲ, ତପନ ଦୀପ, ପିଣ୍ଟୁ ଦୀପ, ପୁର୍ଣ ସେଠ, ଅଗାଧୁ ଧରୁଆ, ପ୍ରକାଶ ସାହୁ, ନେତ୍ର ମେର୍ଲି ବସ୍ତିଆ ବାବୁ, ଭୋଦେବ ପୁଟେଲ ସହିତ ବହୁ ସ୍ଥାନୀୟ ଅଧିବାସୀ ସାହାଯ୍ୟ ସହଯୋଗ କରିଥିଲେ ।

ଶ୍ରୀ ଜୈନ ଉପସ୍ଥିତ ରହି ସମସ୍ତ ସ୍ଥାନ ପରିଭ୍ରମଣ କରାଇ ସମସ୍ତ ପୁଙ୍ଖାନୁପୁଙ୍ଖ ତଥ୍ୟ ଓଡିଶା ସରକାରଙ୍କ ଅଫିସର ମାନଙ୍କୁ ପ୍ରଦାନ କରିଥିଲେ ଏବଂ ଶୀଘ୍ର ସମସ୍ତ ଉନ୍ନତି ମୂଳକ କାର୍ଯ୍କୁ ତ୍ୱରାନ୍ୱିତ କରିବାକୁ ନିବେଦନ କରିଥିଲେ ତତ ସହିତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବନ ବିଭାଗୀୟ ଅଧିକାରୀ ମାନଙ୍କୁ କ୍ଷେତ୍ରର ଉନ୍ନତି ପାଇଁ ନିଜ ନିଜ ତରଫରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ନିବେଦନ କରିଥିଲେ । ଆଜି ଦିନ ସିଦ୍ଧି କ୍ଷେତ୍ର ପାଇଁ ଏକ ସୌଭାଗ୍ୟର ଦିନ ଏଣୁ ସ୍ଥାନୀୟ ବୁଦ୍ଧି ଓ ଜ୍ଞାନୀ ମହାଲରେ ଖୁସିର ଲହରୀ ଖେଳି ଉଠିଛି, ସମସ୍ତଙ୍କର ନିବେଦନ ଏହି କ୍ଷେତ୍ରକୁ ସରକାର ପର୍ଯ୍ୟଟନ ସ୍ଥଳୀ ରୂପେ ଘୋଷଣା କରନ୍ତୁ ଏବଂ କ୍ଷେତ୍ରର ବହୁଳ ଉନ୍ନତି କରନ୍ତୁ ବୋଲି ଅନୁରୋଧ ରଖିଥିଲେ l