ଚଳନ୍ତା ଟ୍ରେନରୁ ଓଲ୍ହେଇବା ଉଦ୍ୟମ ଯୋଗୁଁ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ

0
69
ଚଳନ୍ତା ଟ୍ରେନରୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୪/୧୦) : ବଲାଙ୍ଗୀର – ଟିଟିଲାଗଡ ରେଳ ଲାଇନ ମଧ୍ୟରେ ଥିବା ବଡମାଲ ରେଳ ଷ୍ଟେସନ ନିକଟରେ ବଲାଙ୍ଗୀର ପଟୁ ଟିଟିଲାଗଡ କୁ ଆସୁଥିବା ଦ୍ରୁତଗାମୀ ଅର୍ନାକୁଲମ୍ ଏକ୍ସପ୍ରେସ ଟ୍ରେନ ରେ ପ୍ରାୟ ୪୫ ବର୍ଷୀୟ ଜଣେ ଯାତ୍ରୀ କୌଣସି କାରଣ ବଶତଃ ଖସି ପଡ଼ିଥିଲେ ।

ସେ ଓହ୍ଲେଇବା ଚେଷ୍ଟା କରୁଥିଲେ ବୋଲି ପ୍ରକାଶ ପାଉଥିବା ବେଳେ ତାଙ୍କର ଦୁଇ ଗୋଡ କଟି ଯାଇଥିଲା । ଉକ୍ତ ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନ୍ସ ରେ ବଡ଼ ମାଲ ଷ୍ଟେସନ୍ ଆରପିଏଫ କର୍ମଚାରୀ ଟିଟିଲାଗଡ ଡାକ୍ତରଖାନା ରେ ପହଞ୍ଚାଇ ଥିଲେ ଓ ଚିକିତ୍ସାଧୀନ ଅବସ୍ତାରେ ତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର କୌଣସି ପରିଚୟ ମିଳି ପାରି ନ ଥିବା ବେଳେ ଏ ନେଇ ଟିଟିଲାଗଡ ଜି.ଆର.ପି ପୋଲିସ ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ଡାକ୍ତରଖାନା ପହଞ୍ଚି ଏକ ମାମଲା ରୁଜ୍ଜୁ କରିଥିଲା ।

ଉକ୍ତ ଶବକୁ ଶବ ଗୃହରେ ନ ରଖି ବହିର୍ବିଭାଗ କଡ଼ରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ପକେଇ ଦିଆ ଯାଇଥିଲା । ଏ ନେଇ ସାଧାରଣ ରେ ଉତେଜନା ପ୍ରକାଶ ପାଇଥିଲା । ତାଙ୍କ ଅସ୍ତ୍ରୋପଚାର କରି ସବ ସଂରକ୍ଷଣ ଗୃହ ରେ ନ ରଖି ସେମତି ପରିତ୍ୟକ୍ତ ଭାବେ ରଖି ଆଜି ଦିନ ୨ ଟା ରେ ଅସ୍ତ୍ରୋପଚାର କରାଯାଇଛି । ଡାକ୍ତର ଅଭାବ ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହିଭଳି ଅଜଣା ଶବ ଗୁଡିକ ବ୍ୟବଚ୍ଛେଦ ନ ହୋଇ ଦିନ ଦିନ ଧରି ପଡି ରହିବା ଓ ସାଧାରଣ ଲୋକେ ଏହି ବ୍ୟବଚ୍ଛେଦ ନେଇ ଅକଥନୀୟ ଦୁର୍ଦ୍ଦଶା ଭୋଗ କରି ଆସୁଥିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।