ମୁରିବାହାଲ ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ 5T କାମ ଅତି ନିମ୍ନମାନର ଅଭିଯୋଗ

3
50
ମୁରିବାହାଲ ଡିଗ୍ରୀ

ରିପୋର୍ଟର : ଭଗବାନ ମହାନ୍ତି
ବଲାଙ୍ଗିର/ମୁରିବାହାଲ, (୦୨/୧୧) : ମୁରିବାହାଲ ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ 5T କାମ ଅତି ନିମ୍ନମାନର ଅଭିଯୋଗ । ଛାତ୍ରଛାତ୍ରୀ ଅଧ୍ୟାପକଙ୍କ ତୀବ୍ର ପ୍ରତିବାଦ । ଉଭୟ ଅଧ୍ୟକ୍ଷଙ୍କ ଖଣ୍ଡନ ପେଟି ଠିକାଦାର କାମ କରୁଥିବା ଅଭିଯୋଗ ।WhatsApp Image 2023-11-02 at 12.52.34

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ ଉଚ୍ଚଶିକ୍ଷାର ଆଲୋକବର୍ତିକା ସାଜିଥିବା ଏକମାତ୍ର ଡିଗ୍ରୀ କଲେଜ ଓ ବ୍ଲକର ପ୍ରଥମ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ୧.୫କୋଟି ଟଙ୍କାର 5T ରୁପାନ୍ତରିକରଣ କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଅଭିଯୋଗ କରି ଦୃଢ଼ ପ୍ରତିବାଦ କରିଛନ୍ତି । ଅଭିଯୋଗ ପାଇ ମୁରିବାହାଲ ବିଡ଼ିଓ ପୂର୍ଣାନନ୍ଦ ପଟେଲ କଲେଜକୁ ପହଞ୍ଚି ୫ଟି କାର୍ଯ୍ୟ ତଦାରଖ କରିବା ସହ ଏବେ କାମ ଆରମ୍ଭ ହୋଇଥିବାରୁ ଉପଯୁକ୍ତ ଏଷ୍ଟିମେଟ ଓ ଗାଇଡ ଲାଇନ ମୁତାବକ ଠିକଭାବେ କାର୍ଯ୍ୟ କରିବା ପାଇଁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ମୁରିବାହାଲ ଡିଗ୍ରୀ କଲେଜ ପାଇଁ ଆସିଥିବା ୧ କୋଟି ଟଙ୍କାର 5T କାର୍ଯ୍ୟ ଅନୁଦାନକୁ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ପକ୍ଷରୁ ଓ ଯୁକ୍ତ ଦୁଇ କଲେଜ ପାଇଁ ଆସିଥିବା ୫୦ ଲକ୍ଷ ଟଙ୍କାକୁ ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଉଭୟ କାର୍ଯ୍ୟକୁ ଦାୟିତ୍ଵ ନେଇଥିବା ପ୍ରକୃତ ଠିକାଦାରମାନେ ନ କରି ସେମାନଙ୍କ ଦ୍ୱାରା ନିଯୁକ୍ତ ପେଟି ଠିକାଦାରମାନେ କାମ କରୁଥିବା ଅଭିଯୋଗ ହୋଇଛି । ଡିଗ୍ରୀ କଲେଜ 5T କାମ କରୁଥିବା ପେଟି ଠିକାଦାର ପୁରୁଣା କୋଠାରେ ଅତି ନିମ୍ନମାନର ବାଲି, ସିମେଣ୍ଟ, ରଙ୍ଗ ଓ ଟାଇଲସ୍ ଆଦି ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରି ଯେମିତି ହେଉ କାମ ସାରି ଦେଉଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଅଭିଯୋଗ କରି ଦୃଢ଼ ପ୍ରତିବାଦ କରିଛନ୍ତି।ପ୍ରକାଶ ଥାଉକି ଏହା ପୂର୍ବରୁ ମଧ୍ୟ ଡିଗ୍ରୀ କଲେଜରେ ନିର୍ମିତ ହୋଇଥିବା ବିଭିନ୍ନ କୋଠା ଓ ଅନ୍ୟାନ୍ୟ କାମ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । 5T କାମ ସମ୍ପର୍କରେ ଛାତ୍ରଛାତ୍ରୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଉଚ୍ଚ କର୍ତ୍ତପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ ନ କଲେ ବାଧ୍ୟ ହୋଇ କାମ ବନ୍ଦ କରିବା ପାଇଁ ଧମକ ଦେଇଛନ୍ତି ।WhatsApp Image 2023-11-02 at 12.52.41

ଦାୟିତ୍ୱରେ ଥିବା ପିଡବ୍ଲୁଡ଼ି କନିଷ୍ଠ ଯନ୍ତ୍ରୀ ବେଦବ୍ୟାସ ଭୋଇଙ୍କୁ ପଚାରିବାରୁ ଏବେ କିଛି ଦିନ ହେବ କାମ ଆରମ୍ଭ ହୋଇଛି, ଏଷ୍ଟିମେଟ ମୁତାବକ ସମ୍ପୂର୍ଣ୍ଣ କାମ କରାଯିବ ବୋଲି ପ୍ରକାଶ କରିଛନ୍ତି । ଡିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କୁ ପଚାରିବାରୁ ଛାତ୍ରଛାତ୍ରୀଙ୍କ ଅଭିଯୋଗ ମୁତାବକ ନିମ୍ନମାନର କାମ ନୁହେଁ ଠିକ୍ ଭାବରେ ସମ୍ପାଦନ କରାଯାଉନ ଥିଲା । ବିଡ଼ିଓ, ଯନ୍ତ୍ରୀ ଓ ଠିକାଦାରଙ୍କ ଉପସ୍ଥିତିରେ କାମ ଠିକ୍ ରୂପେ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି, ଆଗକୁ କାମ ଠିକ୍ ରୂପେ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ ଯୁକ୍ତ ଦୁଇରେ ଚାଲିଥିବା 5T କାମ ଠିକ୍ ରୂପେ ଚାଲିଛି, ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରତିଦିନ କାମ ତଦାରଖ କରୁଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

3 COMMENTS

Comments are closed.