୩ ଦାଦନ ଦଲାଲଙ୍କୁ ବାନ୍ଧିଲା କଣ୍ଟାବାଞ୍ଜି ପୋଲିସ

0
46
୩ ଦାଦନ ଦଲାଲଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୫/୧୧) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୩୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଦାଦନ ଚାଲାଣ ଅଭିଯୋଗରେ ୩ ଦାଦନ ଦଲାଲଙ୍କୁ ବାନ୍ଧିଛି କଣ୍ଟାବାଞ୍ଜି ପୋଲିସ

ଦଲାଲ ମାନେ ବେଳପଡା ଅଞ୍ଚଳର ବୋଲି ଜଣାପଡିଛି । ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି । ବାହାର ରାଜ୍ୟ ହାଇଦ୍ରାବାଦକୁ ଚାଲାଣ ଲାଗି ଦଲାଲ ନେଉଥିବା ବେଳେ ଉଦ୍ଧାର କଲା ପୋଲିସ । ତେବେ ଶ୍ରମିକ ମାନେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼, ଦେଓଗାଁ, ବେଳପଡା ଅଞ୍ଚଳର ବୋଲି ସୂଚନା ମିଳିଛି । ଦାଦନ ନେଇ ଯାଉଥିବା ଏକ ବୋଲେରୋକୁ ମଧ୍ୟ ଜବତ କରାଯାଇଛି । ଏ ସମ୍ପର୍କରେ କଣ୍ଟାବାଞ୍ଜି ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଦାଦନ ଚାଲାଣକୁ ରୋକିବାରେ ସରକାର ଓ ପ୍ରଶାସନ ବିଫଳ ହେବାରେ ଲାଗିଛି ।