Best News : 74ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

0
190
74ତମ ବନ ମହୋତ୍ସବ

ରିପୋର୍ଟ: ଲୋକନାଥ ସାହୁ //
ଗୁଡ଼ାରୀ, (୦୩/୦୭) : 74ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ବିଭିନ୍ନ ପ୍ରକାରର ୧୦୦ ଚାରା ରୋପଣ କରାଯାଇଛି । ପ୍ରାଇମେରୀ ସେବାଶ୍ରମ ଶିରିଗୁଡ଼ା ସ୍କୁଲ ର ଛାତ୍ରଛାତ୍ରୀମାନେ ସମସ୍ତ ଅତିଥି ଙ୍କୁ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ lddb6ba8e ecc8 4c31 a9cb 526a2876a0bb Best News : 74ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

74ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ : ଶିରିଗୁଡ଼ା ପଞ୍ଚାୟତର ପ୍ରାଇମେରୀ ସେବାଶ୍ରମ ଶିରିଗୁଡ଼ା ପରିସରରେ ଓ କଦମା ପଞ୍ଚାୟତ କଦମା ହାଇସ୍କୁଲ୍ କେଳପଡିଆ ରେ ଚାରାରୋପଣ କରାଯାଇଥିଲା। ଗୁଡ଼ାରୀ ବନାଞ୍ଚଳ ଅଧିକାରୀ ଶ୍ରୀ ଗଙ୍ଗାଧର ମିଶ୍ର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ବନପାଳ ଦିଲୀପ କୁମାର ମହାପାତ୍ର, ନରସିଂହ ଶତପଥୀ, ସୁଶିଳା ମଲିକ ଶିରିଗୁଡ଼ା ସରପଞ୍ଚ ଭାରତୀ ସ୍ରାମ୍ବୁଟିକା, କଦମା ସରପଞ୍ଚ ରାମ ମୁତୁରାଙ୍ଗ ଓ ଅସଡା ସରପଞ୍ଚ ସୁଦାମ ଶବର ବିଦ୍ଯାଳୟର ପ୍ରଧାନ ଶିକ୍ଷକ ନୀଳକଣ୍ଠ ଶବର, ଶିରିଗୁଡ଼ା ସ୍କୁଲ ସଭାପତି ମଝି ପରିଛା, ଶିକ୍ଷକ ମନୋଜ କୁମାର ଡାକୁଆ, CRCC ରତ୍ନାକର ତୁଳ, କଦମା ଗ୍ରାମସେବକ ଭୀମସେନ ଲିମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ec86188d 3819 4e65 bdaa 17b6e74fb5c2 Best News : 74ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

ଏହି ଅବସରରେ ବନ ମହୋତ୍ସବ ପାଳନ ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଯାଇ ପରିବେଶ ସୁରକ୍ଷାରେ ପ୍ରତୋକ ବ୍ୟକ୍ତି ଅନ୍ତତଃ ଦଶଟି ଚାରା ରୋପଣ ପାଇଁ ବୁଝିଥିଲେ l ଏହି କାର୍ଯ୍ୟକ୍ରମରେ ବନବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ଗୁଡ଼ାରୀ ବନାଞ୍ଚଳ ରେ କଦମା, ଗୁ୍ମ୍ମି, ନାଇରା, ଗୁମୁଡା ଏବଂ କେନ୍ଦୁଗୁଡା ଠାରେ ୨ଲକ୍ଷ ସଂଖ୍ୟକ ଚାରା ଉତ୍ପାଦନ କରାଯାଉଛି ଏବଂ ପ୍ରତ୍ୟେକ ଚାରା ପିଛା ୧ ଟଙ୍କା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି l କାଜୁ, ଶିରିଶି,କରଞ୍ଜ,ଶିଶୁ ଭଳି ବିଭିନ୍ନ ପ୍ରକାର ଚାରା ଉପଲବ୍ଧ ହେଉଥିବାର ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଚାଳନାରେ ଗୁଡ଼ାରୀ ବନାଞ୍ଚଳ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।