ସ୍ୱାମୀ ପାଣି ପାଇଁ ଯାଇଥିଲେ, ମହିଳାଙ୍କୁ ଛୁରୀ ଭୁସି ଦେଲେ ଦୁର୍ବୃତ୍ତ

0
34
ସ୍ୱାମୀ ପାଣି ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୧୧) : ରାଜଧାନୀରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଘଟଣା ଘଟିଛି ଚନ୍ଦକା ଥାନା ଅଞ୍ଚଳ ଗୋଠାପଟଣା ଛକ ନିକଟସ୍ଥ ଏକ ଜଳଖିଆ ଦୋକାନରେ ।

ମୃତ ମହିଳା ଜଣଙ୍କ ହେଲେ ସସ୍ମିତା ବେହେରା । ଗୋଠାପଟଣା ବଜାରରେ ସସ୍ମିତାଙ୍କ ସ୍ୱାମୀ ଜଳଖିଆ ଦୋକାନ କରିଥିଲେ । ଗତକାଲି ରାତିରେ ସସ୍ମିତାଙ୍କ ସ୍ୱାମୀ ପାଣି ଆଣିବାକୁ ନିକଟକୁ ଯାଇଥିଲେ । ସସ୍ମିତା ଦୋକାନରେ ଏକୁଟିଆ ଥିଲେ । ଏହି ସମୟରେ ସସ୍ମିତାଙ୍କୁ କେହି ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।କେଉଁ କାରଣ ପାଇଁ ସସ୍ମିତାଙ୍କୁ ଦୁର୍ବୃତ୍ତମାନେ ଛୁରୀ ଭୁସି ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସସ୍ମିତା ତାଙ୍କ ସ୍ୱାମୀ କ୍ରିଷ୍ନାପୁରୀ କଲୋନୀରେ ପରିବାର ସହ ରହୁଥିଲେ ।