ରାଜଧାନୀରେ ଲଜ୍ଜା; ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

0
58
ରାଜଧାନୀରେ ଲଜ୍ଜା;

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୧୧) : ଆଉ ସୁରକ୍ଷିତ ନାହିଁ ରାଜଧାନୀ ଭୁବନେଶ୍ୱର । ରାଜଧାନୀର ଛାତି ଉପରେ ବିଚ୍‌ ରାସ୍ତାରେ ହେଉଛି ଲୁଟ୍, ରାହାଜାନୀ ଓ ହତ୍ୟା ।

ଏପରି କାଣ୍ଡ ଭିଆଇ କମିଶନରେଟ୍‌ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ଗତକାଲି ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କେଳା ବସ୍ତିରେ ଗତକାଲି ସନ୍ଧ୍ୟାରେ ଏହି ଜଘନ୍ୟ କାଣ୍ଡ ଘଟିଛି । ସେହି ବସ୍ତିର ଘନିଆ ନାମକ ଜଣେ ଯୁବକ ଏପରି କାଣ୍ଡ ଘଟଣାଇଥିବା ଜଣାପଡ଼ିଛି । ହେଲେ ଅଭିଯୁକ୍ତ ପଡ଼ୋଶୀ ସ୍ଥାନୀୟ ଲୋକଙ୍କୁ ଚକମା ଦେଇ ଫେରାର ହୋଇଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।